ETV Bharat / state

ଗଡୁଛି ଦିନ ମିଳୁନି ଉତ୍ତର, ମୁଖଲିଙ୍ଗ ପାହାଡ ତଳେ ଲୁକାୟିତ କୁଲଙ୍ଗବାସୀଙ୍କ ଜୀବନ

author img

By

Published : Aug 4, 2020, 2:44 PM IST

ଶାସନ ଓ ସରକାରଙ୍କ ପ୍ରତିଶୃତି ଅଧିକାଂଶ ସମୟରେ ପୂରଣ ହେବା କଷ୍ଟକର । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତର କୁଲଙ୍ଗ ଗାଁର ସ୍ଥିତିକୁ ଦେଖିଲେ ଏହାହିଁ ବୁଝା ପଡୁଛି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ...

kulanga villagers waiting for administrion for compansation on last year land slide
ଗଡୁଛି ଦିନ ମିଳୁନି ଉତ୍ତର, ମୁଖଲିଙ୍ଗ ପାହାଡ ତଳେ ଲୁକାୟିତ କୁଲଙ୍ଗବାସୀଙ୍କ ଜୀବନ

ଗଜପତି: ପ୍ରଶାସନ ଓ ସରକାରଙ୍କ ପ୍ରତିଶୃତି ଅଧିକାଂଶ ସମୟରେ ପୂରଣ ହେବା କଷ୍ଟକର । କେତେବେଳେ ଏହା ଜମାରୁ ହୁଏ ନାହିଁ ତ ଆଉ କେତେବେଳେ ପ୍ରତିଶୃତି ପୂରଣ ପାଇଁ ବର୍ଷ ବର୍ଷ ସମୟ ଲାଗିଯାଏ । ଏପରିକି କେତେକ ଘଟଣାରେ ପ୍ରତିଶୃତି ପୂରଣ ହେବା ବେଳକୁ ସମ୍ପୃକ୍ତ ବ୍ୟକ୍ତି କିମ୍ବା ଗାଁ ହିଁ ନଥାଏ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତର କୁଲଙ୍ଗ ଗାଁର ସ୍ଥିତିକୁ ଦେଖିଲେ ଏହାହିଁ ବୁଝା ପଡୁଛି । ଗତ 2019 ଅକ୍ଟୋବର ମାସରେ ହୋଇଥିବା ଲଗାଣ ବର୍ଷାରେ ଏଠାରେ ମାଟି ଅତଡା ଧସିଥିଲା । ଯଦିଓ କେହି ମୃତାହତ ହୋଇନଥିଲେ ତଥାପି ଅନେକ ଘର ଓ ଏହା ଭିତରେ ଥିବା ଆସବାବ ପତ୍ର ମାଟି ତଳେ ପୋତି ହୋଇଯାଇଥିଲା ।

ଏହି ଖବର ଜଣାପଡିବା ପରେ ଗାଁରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ ଏବଂ ରାଜନେତାମାନେ । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ସ୍ଥାନରୁ ଲୋକେ ସ୍ଥାନାନ୍ତର ପାଇଁ ଦାବି କରିଥିବା ବେଳେ ସମସ୍ତେ ଏଥିପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ଇତି ମଧ୍ୟରେ 9 ମାସ ବିତିଗଲାଣି । କିନ୍ତୁ ଆଜି ଯାଏଁ ଏହା ହୋଇପାରିନାହିଁ । ବର୍ତ୍ତମାନ ବର୍ଷା ଆସି ସାରିଥିବାରୁ ପୁଣି ଏକ ବିଭୀଷିକାର ଶିକାର ହେବା ନେଇ ଚିନ୍ତାରେ ପଡିଛନ୍ତି କୁଲଙ୍ଗ ଗ୍ରାମବାସୀ ।

ପ୍ରତିବର୍ଷ ଅକ୍ଟୋବର ମାସରେ ପ୍ରକୃତିର ତାଣ୍ଡବ ଦ୍ବାରା ଗଜପତି ଜିଲ୍ଲା ପ୍ରଭାବିତ ହେଉଥିବା ବେଳେ ଗତବର୍ଷ ମଧ୍ୟ ତାହା ଦେଖିବାକୁ ମିଳିଥିଲା । 2019ମସିହା ଅକ୍ଟୋବର ମାସ 24ତାରିଖ ଦିନ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମଧ୍ୟ ହୋଇଥିଲା ସମାନ ଅବସ୍ଥା । ସେଦିନ ସକାଳ ପ୍ରାୟ 7ଟା ବେଳେ ଗୁମ୍ମା ବ୍ଲକର କୁଲଙ୍ଗ ଗାଁ ନିକଟରେ ଥିବା ମୁଖଲିଙ୍ଗ ପାହାଡ ଧସିଥିଲା । ଏହାର ଗର୍ଜନ ଶୁଣି ଲୋକେ ଦେଖିବା ବେଳେ ପାହାଡ ତାଙ୍କ ଆଡକୁ ମାଡି ଆସୁଥିବା ଦେଖି ଯିଏ ଯୁଆଡେ ପାରିଲେ ଦୌଡିଥିଲେ । କିଛି ସମୟ ମଧ୍ୟରେ ଏହି ଗାଁର ଚିତ୍ର ବଦଳି ଯାଇଥିଲା । ଲୋକେ ପାହାଡ ଧସିବା ବନ୍ଦ ହେବା ପରେ ଗାଁକୁ ଫେରି ଦେଖିବା ବେଳକୁ ପ୍ରାୟ 20ଟି ଘର ନଥିଲା କି ବନ୍ଧା ହୋଇ ରହିଥିବା ଗୃହ ପାଳିତ ପଶୁ ବି ନଥିଲେ । ମାଟି ତଳେ ସବୁ କିଛି ଚାପି ହୋଇ ଯାଇଥିଲା । ଏହି ଖବର ଜଣାପଡିବା ପରେ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଏବଂ ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଏହି ସମୟରେ ଲୋକେ ଆଉ ଏହି ଗାଁରେ ରହିବା ପାଇଁ ଚାହୁଁ ନଥିବା ବେଳେ ସେମାନଙ୍କୁ କୌଣସି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗୁହାରି କରିଥିଲେ । ଯାହା ପୂରଣ କରିବା ପାଇଁ ସମସ୍ତେ ପ୍ରତିଶୃତି ଦେଇଥିଲେ । ହେଲେ ଏହାରି ଭିତରେ 9 ମାସରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ପ୍ରତିଶୃତି ପୂରଣ ହୋଇପାରିନାହିଁ । ବର୍ତ୍ତମାନ ବର୍ଷା ଦିନ ଆସି ସାରିଥିବାରୁ କେତେବେଳେ ପୁଣି ସେହିଭଳି ପରିସ୍ଥିତି ଉପୁଜିବ ସେନେଇ କୁଲଙ୍ଗବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ଏନେଇ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି କି ଗାଁକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଦୁଇ ତିନୋଟି ସ୍ଥାନ ଦୃଷ୍ଟିରେ ରହିଛି, ଏହା ମଧ୍ୟରୁ କୌଣସି ଗୋଟିଏ ସ୍ଥାନକୁ ନିରୂପଣ କରାଯାଇ ଲୋକଙ୍କୁ ଖୁବଶୀଘ୍ର ସ୍ଥାନାନ୍ତର କରାଯିବ ।

ବିଭିନ୍ନ ସମୟରେ ଲୋକେ ନିଜ ଭିଟା ମାଟି ଛାଡିବାକୁ ରାଜି ହେଉନଥିବାରୁ ସ୍ଥାନାନ୍ତର କରିବା କଷ୍ଟକର ହୋଇପଡେ । କିନ୍ତୁ ଏଠାରେ ଲୋକେ ପ୍ରସ୍ତୁତ ଥିଲେ ମଧ୍ୟ ସେମାନଙ୍କୁ ସ୍ଥାନାନ୍ତର କରିବାରେ ପ୍ରଶାସନର ଉଦାସୀନତା କୁଲଙ୍ଗବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.