ଗଜପତି: ଆଜି ମା' ଦୁର୍ଗାଙ୍କ ବିଜୟା ଦଶମୀ ପୂଜା। ଏହି ବିଜୟା ଦଶମୀ ଦିନ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ପାଇକ ଆଖଡା ଗୁଡିକରେ ଖଣ୍ଡା ଧୂଆ ପୂଜା ଅନୁଷ୍ଠିତ ହୋଇଯାଇଛି ।
ରାଜଅମଳରୁ ଥିବା ଏହି ପାଇକ ଅଖଡାର ଖଣ୍ଡା, ଢାଲ, ବାଡି ଗୁଡିକୁ ପୋଖରୀରେ ଧୁଆଯାଇଥିଲା । ଏହାପରେ ପୂଜା କରିବା ସହ ଅଖଡାର ଯୁବକ ମାନେ ଖଣ୍ଡା ବୁଲାଇବା ସହ ନିଜର କୌଶଳ ପ୍ରଦର୍ଶନ କରିଥିଲେ। ଏହି ପରମ୍ପରା ବହୁ ପୁରାତନ ସମୟରୁ ଚାଲି ଆସୁଛି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ