ETV Bharat / state

ଇଟାଲୀ ଦମ୍ପତିଙ୍କ କୋଳରେ ବଢିବ ଦିବ୍ୟକାର୍ଜି - ଇଟାଲୀ ଦମ୍ପତିଙ୍କ କୋଳରେ ବଢିବ ଦିବ୍ୟକାର୍ଜି

ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 33 ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତିଙ୍କୁ କରିଛନ୍ତି ହସ୍ତାନ୍ତର । ଅଧିକ ପଢନ୍ତୁ

ଇଟାଲୀ ଦମ୍ପତିଙ୍କ କୋଳରେ ବଢିବ ଦିବ୍ୟକାର୍ଜି
ଇଟାଲୀ ଦମ୍ପତିଙ୍କ କୋଳରେ ବଢିବ ଦିବ୍ୟକାର୍ଜି
author img

By

Published : Nov 22, 2022, 10:32 PM IST

ଗଜପତି: ଇଟାଲି ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ । ତେବେ ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର 33 ତମ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ପ୍ରାୟ 5 ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଚାଇଲ୍ଡ଼ଲାଇନ୍ ଉଦ୍ଧାର କରିଥିଲେ ।

ଇଟାଲୀ ଦମ୍ପତିଙ୍କ କୋଳରେ ବଢିବ ଦିବ୍ୟକାର୍ଜି

ଏନେଇ ଡ଼େ ଷ୍ଟାର୍ ହୋମ୍, ଜରଉ, ମୋହନା ଶିଶୁ ଯତ୍ନ ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ଏବଂ ସୁରକ୍ଷା ଗଜପତି ଜିଲ୍ଲା ପ୍ରଶାସନ ଦେଇ ଆସୁଥିଲା। ପୁଅଟିର ପିତାଙ୍କ ମୃତ୍ୟୁ ପରେ ମା ଅନ୍ୟତ୍ର ବାହା ହୋଇ ଛାଡ଼ି ଚାଲି ଯାଇଥିଲେ। ଶିଶୁଟି ଉଦ୍ଧାର ହେଲା ପରେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ହସ୍ତକ୍ଷେପ ପରେ ମାଁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ସମର୍ପିତ କରିଥିଲେ ।

ପରବର୍ତ୍ତୀ ସମୟରେ ଶିଶୁ ମଙ୍ଗଳ ସମିତି, ଗଜପତି ଆଇନତଃ ମୁକ୍ତ ଭାବେ ପ୍ରାୟ ଚାରି ବର୍ଷ ହେଲା ଘୋଷଣା କରିଥିଲେ। ଏଥିସହ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ୍ ସାଲୋମ୍, ପାରଳାଖେମୁଣ୍ଡି ମାଧ୍ୟମରେ ପୁଅଟିକୁ ପୋଷ୍ୟ ସନ୍ତାନ ନିମନ୍ତେ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା। ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେ କୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ । ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା।

ଏନେଇ ଅନ୍ୟପଟେ ଚାରି ବର୍ଷ ଧରି ଏକ ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀୟ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ପରବର୍ତ୍ତି ମୁହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଏବଂ କୋର୍ଟ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲୀୟ ଦମ୍ପତିଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.