ETV Bharat / state

ବିହାରକୁ ଗଞ୍ଜେଇ ଚାଲାଣବେଳେ ୨ଜଣଙ୍କୁ ବାନ୍ଧିଲା ପୋଲିସ - ଓଡିଶାରୁ ବିହାରକୁ ଗଞ୍ଜେଇ ଚାଲଣ

ବିହାରକୁ ଚୋରାଚାଲାଣ ହେଉଥିବା ୪୪୭ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ଗରାବନ୍ଧ ପୋଲିସ । ଅଧିକ ପଢନ୍ତୁ

ବିହାରକୁ ଗଞ୍ଜେଇ ଚାଲଣ ବେଳେ ମାଡିବଲିଲା ପୋଲିସ, ୨ ଗିରଫ

author img

By

Published : Jun 28, 2022, 12:02 PM IST

ଗଜପତି: ଗରାବନ୍ଧ ପୋଲିସକୁ ବଡ ସଫଳତା । ବିହାରକୁ ଚୋରାଚାଲାଣ ହେଉଥିବା ୪୪୭ କେଜି ଗଞ୍ଜେଇ ଜବତ ସହ ୨ଜଣଙ୍କୁ ଗିରଫ କଲା ପୋଲିସ । ଏଥିସହ ଗୋଟିଏ ଭ୍ୟାନ୍ ଏବଂ ମୋଟରସାଇକେଲକୁ ଜବତ କରିଛି । ଗିରଫ ପରେ ଦୁଇ ଅଭିଯୁକ୍ତୁ କୋର୍ଟ ଚାଲାଣ କରାଯାଇଥିବା ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ସୂଚନା ଦେଇଛନ୍ତି । ଉଭୟ ଅଭିଯୁକ୍ତ ରା.ଉଦୟଗିରି ଥାନା ଅନ୍ତର୍ଗତ କେତୁଙ୍ଗପଦା ଗାଁର ପ୍ରଶାନ୍ତ ରଇତ ଏବଂ ଆଟଲିମା ଗାଁର ଅଜୟ ବୀର ।

ବିହାରକୁ ଗଞ୍ଜେଇ ଚାଲଣ ବେଳେ ମାଡିବଲିଲା ପୋଲିସ, ୨ ଗିରଫ

ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏଥିରେ ସଂପୃକ୍ତି ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସଡିପିଓ । ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳ ସମୟରେ ଗଜପତି ଏସପିଙ୍କ ନିର୍ଦ୍ଦେଶକ୍ରମେ କଇଁପୁର- କିଞ୍ଚିଲିଙ୍ଗି ରାସ୍ତାରେ ଗାରାବନ୍ଧ ପୋଲିସ ପେଟ୍ରୋଲିଂ କରୁଥିଲା ।

ଏହି ସମୟରେ ଏକ ୪୦୭ଭ୍ୟାନକୁ ଡ୍ୟୁଟିରେ ଥିବା ଅଫିସର ଏସଆଇ ପଞ୍ଚାନନ ବେହେରା ଓ ତାଙ୍କ ସହକର୍ମୀଙ୍କ ସହାୟତାରେ ଲାଗିଗାଁ ନିକଟରେ ଅଟକାଇ ଯାଞ୍ଚ କରିଥିଲେ । ଫଳରେ ଗାଡିରୁ ୧୫ଟି ବସ୍ତାରୁ ୪୪୭ କେଜି ତିନିଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.