ETV Bharat / state

ଏମିତି ଗାଁ, ଆଜି ଯାଏଁ ପଶିପାରିନି କୋରୋନା

author img

By

Published : May 28, 2021, 4:50 PM IST

ମହାମାରୀ କୋରୋନା ଏବେ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ଗଜପତି ଜିଲ୍ଲା ଗୁମ୍ମାମ ବ୍ଲକ ତରଙ୍ଗଡା ପଞ୍ଚାୟତର ତାମୁସିଂ ଏବଂ ପାଙ୍ଗୁଡା ଗାଁରେ ପଶିନି କୋରୋନା । ଅଧିକ ପଢନ୍ତୁ...

ଗଜପତି
ଗଜପତି

ଗଜପତି: କୋରୋନାର ପ୍ରଥମ ଲହରୀ ସାରା ଦେଶକୁ ଆତଙ୍କିତ କରିଥବା ବେଳେ ଚଳିତ ବର୍ଷ ଦ୍ବିତୀୟ ଲହରୀ ଦେଶବାସୀଙ୍କୁ ବିଚଳିତ କରିସାରିଲାଣି । ଏପରିକି କୋରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକଙ୍କ ଜୀବନ ବି ଗଲାଣି । ହେଲେ ଆଜି ବି ଏମିତି କିଛି ଗାଁ ରହିଛି ଯେଉଁଠି କରୋନା ପଶିପାରିନାହିଁ । ଏଭଳି ଗାଁ ହେଲା ଗଜପତି ଜିଲ୍ଲା ଗୁମ୍ମାମ ବ୍ଲକ ତରଙ୍ଗଡା ପଞ୍ଚାୟତର ତାମୁସିଂ ଏବଂ ପାଙ୍ଗୁଡା ଗାଁ। ଏହି ଦୁଇ ଗାଁ 4ଟି ଭାଗରେ ବିଭକ୍ତ ହୋଇ ରହିଥିବା ବେଳେ ଲୋକ ସଂଖ୍ୟା 5ଶହରୁ ଅଧିକ ।

ତାମୁସିଂ ଏବଂ ପାଙ୍ଗୁଡା ଗାଁରେ ନାହିଁ କୋରୋନା ଭୟ

କୋରୋନାର ଦ୍ବିତୀୟ ଲହର ଏବେ ସାରା ଦେଶର ଲୋକଙ୍କ ଠାରୁ ଅନେକ କିଛି ଛଡାଇନେଲାଣି । ହେଲେ ଏହି ଦୁଇ ଗାଁର ଲୋକଙ୍କ ଆତ୍ମ ସଚେତନତା ଯୋଗୁଁ ଏଠାରେ କୋରୋନା ପ୍ରବେଶ କରିପାରିନାହିଁ । ଏଠାକାର ଲୋକେ ସେଭଳି କୌଣସି କାମ ନଥିଲେ ଗାଁରୁ ବାହାରକୁ ଆସୁନାହାନ୍ତି । ଆସିଲେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଫେରୁଛନ୍ତି । ଗାଁରେ କୋରୋନାର ଭୟ ନଥିବାରୁ ଲୋକେ ମାସ୍କ ମଧ୍ୟ ପରିଧାନ କରୁନାହାନ୍ତି । ସେମାନେ ବର୍ତମାନ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟୀକା ନେବାକୁ ଚାହୁଁଥିଲେ ମଧ୍ୟ ଏଥିପାଇଁ ବାହାରକୁ ଯିବାକୁ ଥିବାରୁ ଏହା ଏଯାଏଁ ନେଇନାହାନ୍ତି ।

ଶିକ୍ଷିତ ସମାଜ ମଧ୍ୟରେ କୋରୋନା ତାର କାୟା ବିସ୍ତାର କରିଚାଲିଛି । ଏପରିକି ଅନେକ ପରିବାରରୁ ଏହାର ପ୍ରଭାବରେ କ୍ଷତିଗ୍ରସ୍ତ ମଧ୍ୟ ହେଲେଣି । ହେଲେ ଆଦିବାସୀ ଅଧ୍ୟୁଷିତ ଏହି ଗାଁ ମାନଙ୍କରେ ଏଯାଏଁ କୋରୋନା ପ୍ରବେଶ ନକରିବା ସେମାନଙ୍କ ସଚେତନତାକୁ ହିଁ ଦର୍ଶାଉଛି । ଏହି ଖବର ପାଇବା ପରେ ଜିଲ୍ଲାପାଳ ମଧ୍ୟ ଏହି ଗାଁର ଲୋକଙ୍କୁ ସାଧୁବାଦ ଜଣାଇବା ସହ ଏଭଳି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି । ସେହିଭଳି ଜିଲ୍ଲାକୁ ଟୀକା ଆସିଲେ ଏହି ଗାଁରେ ଟୀକାକରଣର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.