ଗଜପତି: ପୁଣି ଏକ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଗତଥର ଲଗାଣ ବର୍ଷାରେ ଅନେକ ଅମଳ ଧାନ ନଷ୍ଟ ହୋଇଥିଲା । ବର୍ତ୍ତମାନ ପୁନଃ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଆସନ୍ତା ୧ରୁ ୨ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ପ୍ରଶାସନ ପକ୍ଷରୁ ଏଯାଏଁ ମଣ୍ଡି ଖୋଲିନାହିଁ । ସେପଟେ ଅମଳ ଧାନ ରଖିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଫଳରେ କେତେକ ଚାଷୀ ସେମିତି ଫସଲ ନ କାଟି ବିଲରେ ହିଁ ଛାଡି ଦେଇଛନ୍ତି । ବର୍ତ୍ତମାନ ଧାନ କାଟିଲେ ମଧ୍ୟ ଧାନ ଝଡ଼ି ନଷ୍ଟ ହେବ । ଭଗବାନଙ୍କୁ ସାହା ଭରସା ହୋଇ କେତେକ ଚାଷୀ ଏପର୍ଯ୍ୟନ୍ତ ଫସଲ କାଟିନାହାଁନ୍ତି ।
ଏହା ବି ପଢ଼ନ୍ତୁ ଆସୁଛି ବର୍ଷା, ଖୋଲିନି ମଣ୍ଡି: ଗଜପତିରେ ଶାଗମାଛ ଦରରେ ବିକ୍ରି ହେଉଛି ଧାନ
ଏଭଳି ହେଲେ ଚାଷୀମାନେ କରିଥିବା ଋଣ ମଧ୍ୟ ଅମଳ ଶସ୍ୟରୁ ପାଇବେ କି ନାହିଁ ତାହାକୁ ନେଇ ସନ୍ଦିହାନ ହୋଇପଡିଛନ୍ତି । ଚାଷୀଙ୍କ ସମସ୍ୟା ଯୋଗୁଁ ଆନ୍ଧ୍ର ବ୍ୟବସାୟୀମାନେ ଚାଷୀଙ୍କ ଅମଳ ଧାନକୁ ଶାଗମାଛ ଦରରେ କିଣି ନେଉଥିବା ଅଭିଯୋଗ ହୋଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ