ETV Bharat / state

ମାଣ୍ଡସ ପ୍ରଭାବରେ ଗଜପତିରେ ବର୍ଷା, ଚିନ୍ତାରେ ଚାଷୀ - ମାଣ୍ଡସ ପ୍ରଭାବରେ ଗଜପତିରେ ବର୍ଷା

ବାତ୍ୟା ମାଣ୍ଡସ ପ୍ରଭାବରେ ଗଜପତି ଜିଲ୍ଲାରେ ଗତକାଲି ରାତିରୁ ଝିପ୍ ଝିପ୍ ବର୍ଷ। ଲାଗି ରହିଛି । ସମୟ ବଢିବା ସହ ବର୍ଷର ପରିମାଣ ମଧ୍ୟ ବଢିବାରେ ଲାଗିଛି । ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଧିକ ପଢନ୍ତୁ

ଚିନ୍ତାରେ ଚାଷୀ
ଚିନ୍ତାରେ ଚାଷୀ
author img

By

Published : Dec 10, 2022, 5:23 PM IST

ଚିନ୍ତାରେ ଚାଷୀ

ଗଜପତି: ବାତ୍ୟା ମାଣ୍ଡସ୍ ଶନିବାର ସକାଳେ ତାମିଲନାଡୁର ମାମଲାପୁରମରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରୁ ଗଜପତି ଜିଲ୍ଲାରେ ଲାଗି ରହିଛି ଝିପ୍ ଝିପ୍ ବର୍ଷ। ଶନିବାର ସକାଳେ ଏହାର ପ୍ରଭାବ ଅଧିକ ମାତ୍ରାରେ ରହିଥିଲା । ତେବେ ଧାନ ଅମଳର ସମୟ ହୋଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ ।

ବାତ୍ୟାର ପ୍ରଭାବ ଓଡିଶାରେ କିଛି ରହିବ ନାହିଁ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିବାରୁ ଚାଷୀ ଆଶ୍ବସ୍ତ ହୋଇପଡିଥିଲେ । ବର୍ତ୍ତମାନ ଧାନ ଅମଳର ସମୟ । ତେଣୁ ଚାଷୀମାନେ ଧାନ କାଟି ଦେଇ ଜମିରେ ପକାଇ ରଖିଛନ୍ତି । ବର୍ତ୍ତମାନ ହୋଇଥିବା ବର୍ଷ।ରେ ବିଲରେ ପଡି ରହିଥିବା ପାଚିଲା ଧାନ ଭିଜୁଛି । ଏହି ବର୍ଷ।ର ପରିମାଣ କେତେ ରହିବ ଏବଂ କେତେ ଦିନ ଧରି ଜାରି ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଧାନ ନଷ୍ଟ ହେବା ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।

ଗତ 5ବର୍ଷ ହେଲା ଅଦିନିଆ ବର୍ଷା ଏବଂ କୋଭିଡ୍ କଟକଣା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଚଳିତ ବର୍ଷ ଭଲ ଅମଳ କରି କରିଥିବା ଋଣ ସୁଝିବାରେ ସକ୍ଷମ ହେବେ ବୋଲି ଆଶା କରିଥିଲେ । ହେଲେ ଚଳିତ ବର୍ଷର ଏହି ଅଦିନିଆ ବର୍ଷା ସେହି ଆଶାରେ ପାଣି ପକାଇଦେଇଛି । ବର୍ଷା ସଂପର୍କରେ ପ୍ରଶାସନ କୌଣସି ଆଗୁଆ ସୂଚନା ଦେଇନଥିଲା । ତେଣୁ ଚାଷୀମାନେ ଧାନ କାଟି ଦେଇ ଜମିରେ ହିଁ ପକାଇ ରଖିଛନ୍ତି । ଶେଷ ମହୁର୍ତ୍ତରେ ବର୍ଷା ଖବର ପାଇ ଚାଷୀମାନେ ଯେତିକି ପାରିଲେ ନିଜ ଧାନକୁ ସୁରକ୍ଷା ଦେବା ପାଇଁ ଧାନଗଦାରେ ପଲିଥିନ୍ ଘୋଡାଇଛନ୍ତି । କିନ୍ତୁ ପଲିଥିନ୍ ଅଭାବରୁ ଅଧିକାଂଶ ଚାଷୀ ତାହା ବି କରିପାରିନାହାନ୍ତି । ସେପଟେ ଆଜି ଯାଏଁ ଧାନ ମଣ୍ଡିର ତାଲିକା ଆସିନାହିଁ । ତେଣୁ ଚାଷୀ ଧାନ ବିକ୍ରି ମଧ୍ୟ କରିପାରିନାହିଁ । ଫଳରେ ଚଳିତ ବର୍ଷ ଚାଷୀ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି କୋହଭରା କଣ୍ଠରେ କହିଛନ୍ତି ଚାଷୀ ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡୋନେସିଆ କୋଇଲା ଖଣିରେ ବିସ୍ଫୋରଣ: 10 ମୃତ, 4 ଆହତ

ଏନେଇ ଚାଷୀ କହିଛନ୍ତି, "ଚାଷୀଙ୍କ ପ୍ରତି ସରକାର ଏବଂ ପ୍ରଶାସନର କୌଣସି ଆନ୍ତରିକତା ନାହିଁ । ଚଳିତ ବର୍ଷ ଡିସେମ୍ବର 1ତାରିଖରେ ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ପ୍ରଶାସନ ନିକଟରେ ଚାଷୀକୂଳ ଦାବି କରିଥିଲେ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେଇନଥିଲା । ଗୋଟିଏ ପଟେ ପ୍ରଶାସନ ମଣ୍ଡି ଖୋଲିବାରେ ପ୍ରଶାସନର ଟାଳଟୁଳ ନୀତି ଏବଂ ଅନ୍ୟପଟେ ଅଦିନିଆ ବର୍ଷା ଚାଷୀଙ୍କୁ ଦାଉ ସାଧୁଛି। ବର୍ତ୍ତମାନ ବର୍ଷାରେ ଭିଜି ଥିବାରୁ ଏବେ ମଣ୍ଡିରେ ଧାନ ଗ୍ରହଣ ମଧ୍ୟ କରିବାରେ ସମସ୍ୟା ଉପୁଜିବ । ବେରଙ୍ଗି ଆଳରେ ମିଲରମାନେ ଧାନ ଗ୍ରହଣ କରିବେ ନାହିଁ । ଯାହାକୁ ପ୍ରଶାସନ କେବେ ବି ଗୁରୁତ୍ବ ଦେଇନାହିଁ । ତେଣୁ ଚାଷୀ ସବୁବେଳେ କ୍ଷତି ସହୁଛି ।"

ତେବେ ଚଳିତ ବର୍ଷ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନକଲେ ଚାଷୀ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି । ଚାଷୀମାନେ ସମସ୍ୟାରେ ଥିବା ବେଳେ ବିଭାଗୀୟ ଅଧିକାରୀମାନେ ଛୁଟି ଆଳରେ କିଛି କହିବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.