ETV Bharat / state

ଗଜପତିରେ ମଣ୍ଡି ଖୋଲିବାରେ ବିଳମ୍ବ , ଚିନ୍ତାରେ ଚାଷୀ - ମହିଳା ସ୍ବୟଂସହାୟକ ଗୋଷ୍ଠୀ

ମଣ୍ଡି କେବେ ଖୋଲିବ ତାହାକୁ ନେଇ ଦ୍ବନ୍ଦରେ ଚାଷୀ। ଧାନକୁ ରଖିବା ପାଇଁ ସ୍ଥାନ ଅଭାବରୁ ଚାଷୀ ଖୋଲା ଆକାଶ ତଳେ ପକାଇ ରଖିଛି। ଅଧିକ ପଢନ୍ତୁ

mandi problems
ମଣ୍ଡି ଖୋଲିବାରେ ବିଳମ୍ବ
author img

By

Published : Dec 25, 2022, 7:44 PM IST

ମଣ୍ଡି ଖୋଲିବାରେ ବିଳମ୍ବ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାରେ ବିଳମ୍ବ । ଯାହାକୁ ନେଇ ଚିନ୍ତାରେ ଚାଷୀ । ସରିବାକୁ ବସିଲାଣି ଡିସେମ୍ବର ମାସ । ତଥାପି ଜିଲ୍ଲାରେ ଖୋଲୁନି ମଣ୍ଡି । ଏପରିକି ଗତ 7 ତାରିଖରେ ହୋଇଥିବା ପ୍ରସ୍ତୁତି ବୈଠକରେ ଧାର୍ଯ୍ୟ ତାରିଖ ବିତି ସାରିଥିଲେ ମଧ୍ୟ ମଣ୍ଡି ନଖୋଲିବା ଚାଷୀଙ୍କୁ ଦ୍ବନ୍ଦ୍ବରେ ପକାଇଛି । ପ୍ରଶାସନ ମଣ୍ଡି ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦେବା ପାଇଁ ପ୍ରୟାସ କରୁଥିବା ବେଳେ ସମୟବାୟ ସମିତି ଏହାକୁ ବିରୋଧ କରୁଛନ୍ତି । ଏଭଳି ସ୍ଥିତିରେ ମଣ୍ଡି କେବେ ଖୋଲିବ ତାହାକୁ ନେଇ ଚାଷୀ ଦ୍ବନ୍ଦ୍ବ ମଧ୍ୟରେ ପଡି ରହିଛନ୍ତି । ଅମଳ ଧାନକୁ ରଖିବା ପାଇଁ ସ୍ଥାନ ଅଭାବରୁ ଚାଷୀ ଖୋଲା ଆକାଶ ତଳେ ପକାଇ ରଖିଛି । ହାଡଭଙ୍ଗା ଶୀତରେ ଏହାକୁ ଜଗି ରହିଛି ।

ଧାନ ସଂଗ୍ରହ ପାଇଁ ଦୁଇଦୁଇ ଥର ପ୍ରସ୍ତୁତି ବୈଠକ ମଧ୍ୟ ବସିଲାଣି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଚାହୁଁଥିବାରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଶାସନ ମଣ୍ଡି ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଦେବା ପାଇଁ ଚାହୁଁଛି । ହେଲେ ଏହାକୁ ବିରୋଧ କରି ସମବାୟ ସମିତିର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ସେମାନଙ୍କ କହିବା ହେଲା ସମବାୟ ସମିତି କାମ ଯଦି ମହିଳା ସ୍ବୟଂସହାୟକ ଗୋଷ୍ଠୀ କରିବେ ତାହେଲେ ସମବାୟ ସମିତି ଏବଂ ଏଥିପାଇଁ କର୍ମକର୍ତ୍ତା ନିର୍ବ।ଚନ ପ୍ରହସନ କାହିଁକି କରୁଛନ୍ତି । ତେଣୁ ସମବାୟ ସମିତିର କାମ ତାକୁ କରିବାକୁ ଦିଆଯାଉ । ଏଭଳି ଦାବି କରି ସମବାୟ ସମିତି ସଦସ୍ୟମାନେ ପ୍ରଶାସନକୁ ଭେଟି ଆଲୋଚନା କରିଛନ୍ତି । ତେବେ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି ।

ଏହା ମଧ୍ୟ ପଢନ୍ତୁ -ପାରାଗ୍ଲାଇଡିଂ ବେଳେ ଅଘଟଣ, କୁଲ୍ଲୁରେ ୩୦ବର୍ଷର ଯୁବକ ମୃତ

ଅନ୍ୟପଟେ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ବ ଦେବା ପାଇଁ ପ୍ରଶାସନ ଯେଉଁଭଳି ଜିଦ ଧରି ବସିଛି ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ରଶାସନ ମହିଳାମାନଙ୍କୁ ଗୁରୁତ୍ବ ଦେଉଥିବା ବେଳେ ଚାଷୀମାନଙ୍କୁ ହତାଦର କରୁଛି । ପ୍ରଶାସନର ଏଭଳି ନୀତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ, ଚଳିତ ବର୍ଷ 23ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ 45ଟି ସମବାୟ ସମିତିକୁ ଧାନ ସଂଗ୍ରହ ଦାୟିତ୍ବ ଦେବା ପାଇଁ ସ୍ଥିର କରାଯାଇଛି। ଯେହେତୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା 30 ତାରିଖରେ ମଣ୍ଡି ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା ସେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.