ETV Bharat / state

ମନ୍ତ୍ରୀଙ୍କ ଦିନିକିଆ ଗସ୍ତରେ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମୀକ୍ଷା - ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଗଜପତି ଗସ୍ତ

ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭିନ୍ନ କ୍ଲାସକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ମନ୍ତ୍ରୀଙ୍କ ଦିନିକିଆ ଗସ୍ତରେ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମୀକ୍ଷା

author img

By

Published : Aug 19, 2021, 8:23 PM IST

Updated : Aug 19, 2021, 8:34 PM IST

ଗଜପତି: ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗୁରୁବାର ସକାଳେ ଗଜପତି ଜିଲ୍ଲାରେ ପହଞ୍ଚିବା ପରେ ମନ୍ତ୍ରୀ ପ୍ରଥମେ କଲେଜରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍କୁଲର ସ୍ଥିତି ସମୀକ୍ଷା କରିଥିଲେ । ସ୍ମାର୍ଟସ୍କୁଲ ହେବାକୁ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମନ୍ତ୍ରୀଙ୍କ ଦିନିକିଆ ଗସ୍ତରେ ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମୀକ୍ଷା

ଏହାପରେ ସେ ବିଭିନ୍ନ କ୍ଲାସକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ପାଠପଢ଼ା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟ କିଭଳି ଚାଲିଛି ତାହାର ସମୀକ୍ଷା କରିଥିଲେ । ଜିଲ୍ଲାରେ ୧୧୧୪ଟି ବିଦ୍ୟାଳୟ ରହିଥିବା ବେଳେ ୩୮୦୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୩୮୪ ଜଣ ହାଇସ୍କୁଲ ଏବଂ ୧୧୨ ଜଣ ପ୍ରାଥମିକ ସ୍କୁଲ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ମଧ୍ୟାହ୍ନ ଭଜନ, ଡ୍ରେସ ଓ ପାଠ୍ୟପୁସ୍ତକ ବଣ୍ଟନ ଆଦିକୁ ନେଇ ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଗଜପତି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ମୋବାଇଲ ନେଟୱାର୍କର ସମସ୍ୟା ରହୁଛି ।

ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ସମୟରେ ବିଭ୍ରାଟ ଦେଖାଦେଇଛି । ଯାହାଫଳରେ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣୁ ବର୍ତ୍ତମାନ ସ୍ମାର୍ଟକ୍ଳାସ ଚାଲିବା ନେଇ ସନ୍ଦେହ ପ୍ରକାଶ ପାଉଥିବା କଥାକୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବୀକାର କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି ଅତିଶୀଘ୍ର ସମାଧାନ ହେବାନେଇ ସେ ଆଶା ରଖିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Aug 19, 2021, 8:34 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.