ETV Bharat / state

ପ୍ରବାସୀଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଫେରିବେ 30 ହଜାର - ପ୍ରବାସୀ ଓଡିଆଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ମହାମାରୀ କୋରୋନାର ଲକଡାଉନ ଯୋଗୁଁ ସାରା ରାଜ୍ୟରେ ଫେରୁଛନ୍ତି ପ୍ରବାସୀ ଓଡିଆ। ଉପାନ୍ତ ଗଜପତି ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ 31,445ଜଣ ପ୍ରବାସୀ ଫେରିବା ସମ୍ଭାବନା ରହିଛି । ତେବେ ଫେରିବାକୁ ଥିବା ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ସରକାର ବାଧ୍ୟତାମୂଳକ କରିଥିବାରୁ ଜିଲ୍ଲା ପ୍ରଶାସନ 207ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...

gajapati-district-administration-preparation-for-migrants
ପ୍ରବାସୀଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଫେରିବେ 30 ହଜାର
author img

By

Published : May 7, 2020, 10:42 AM IST

ପାରଳାଖେମୁଣ୍ଡି: ମହାମାରୀ କୋରୋନାର ଲକଡାଉନ ଯୋଗୁଁ ସାରା ରାଜ୍ୟରେ ଫେରୁଛନ୍ତି ପ୍ରବାସୀ ଓଡିଆ। ରାଜ୍ୟ ସରକାର ଘୋଷଣା ପରେ ଉପାନ୍ତ ଗଜପତି ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ 31,445ଜଣ ପ୍ରବାସୀ ଫେରିବା ସମ୍ଭାବନା ରହିଛି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୨୫,୫୭୪ ଜଣ ନିଜର ନାମ ପଞ୍ଜିକରଣ କରିସାରିଲେଣି । ବଳକା ମଧ୍ୟ ଅତିଶୀଘ୍ର କରିବା ସମ୍ଭାବନା ରହିଛି । ତେବେ ଫେରିବାକୁ ଥିବା ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ସରକାର ବାଧ୍ୟତାମୂଳକ କରିଥିବାରୁ ଜିଲ୍ଲା ପ୍ରଶାସନ 207ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।

ପ୍ରବାସୀଙ୍କ ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ଫେରିବେ 30 ହଜାର

ଆନ୍ଧ୍ରର ସୀମାନ୍ତରେ ଥିବା ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାକାର ବହୁ ଲୋକେ ଚାଷ ଉପରେ ନିର୍ଭରଶୀଳ । ତେବେ ଗତ କିଛି ବର୍ଷ ହେଲାଣି ଅସ୍ବାଭାବିକ ପାଣିପାଗ କାରଣରୁ ଚାଷରେ ଅନେକ କ୍ଷତି ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୌଣସି କଳକାରଖାନା ମଧ୍ୟ ନାହିଁ । ଫଳରେ ଏଠାରେ କୌଣସି କାମଧନ୍ଦା ନପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି । ହେଲେ କୋରୋନା ପ୍ରଭାବରେ ଲକଡାଉନ୍ ଜାରି ରହିଥିବା ଯୋଗୁଁ ସମସ୍ତ କଳକାରଖାନା ଏବଂ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ଫଳରେ ଲୋକେ ଗତ ପ୍ରାୟ 40ଦିନ ହେଲାଣି କୌଣସି କାମଧନ୍ଦା ନପାଇ ବିଭିନ୍ନ ରାଜ୍ୟରେ ପଡିରହିଛନ୍ତି । ତେଣୁ ସେମାନେ ନିଜ ମାଟିକୁ ଫେରିଆସିବା ପାଇଁ ବ୍ୟଗ୍ର ହେଉଥିବା ବେଳେ ସରକାରଙ୍କ ଘୋଷଣା ଏମାନଙ୍କୁ ସଞ୍ଜୀବନୀ ସଦୃଶ୍ୟ ହୋଇଛି । ତେଣୁ ସେମାନେ ଫେରିଆସିବା ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ଜିଲ୍ଲାକୁ ଦାଦନ ଶ୍ରମିକଙ୍କ ଫେରିବା ସମ୍ଭାବନା ରହିଛି ସେନେଇ ପ୍ରଶାସନ ଏକ ସର୍ଭେ କରିଥିଲା । ଯେଉଁଥିରେ ଜିଲ୍ଲାର 31,445ଜଣ ପ୍ରବାସୀ ଫେରିବା ସମ୍ଭାବନା ରହିଛି ।

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଫେରୁଥିବା ପ୍ରତ୍ୟେକ ପ୍ରବାସୀଙ୍କ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ବେଳେ ଗୋଟିଏ କିଟ୍ ପ୍ରଦାନ କରାଯିବ । ଯେଉଁଥିରେ ମାସ୍କ, ବ୍ରସ୍,ଫେଷ୍ଟ, ସାବୁନ୍ ଆଦି ରହିଛି । ଏଯାଏଁ ଜିଲ୍ଲାକୁ 42ଜଣ ପ୍ରବାସୀ ଫେରିଥିବା ବେଳେ ବଳକା କେବେ ଫେରିବେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ତଥାପି ପ୍ରଶାସନ ପକ୍ଷରୁ ଏସବୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଲାଣି । ତେବେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ଆଚରଣ ଗଜପତି ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି । ବର୍ତ୍ତମାନ ଗଞ୍ଜାମ ଫେରିଥିବା ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରୁ ଲୁଚି ଚାଲିଯାଉଥିବା ବେଳେ କେତେକ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଭଳି ଯଦି ଗଜପତି ଜିଲ୍ଲାରେ ହୁଏ ତା’ ହେଲେ ବର୍ତମାନ ସୁଦ୍ଧା ଗ୍ରୀନ ଜୋନରେ ଥିବା ଗଜପତି ଜିଲ୍ଲାର ସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି । ତେଣୁ ପ୍ରଶାସନ ଏହାକୁ ଗୁରୁତ୍ବ ଦେଇ ସେମାନେ ଯେଭଳି ସଙ୍ଗରୋଧ କେନ୍ଦ୍ରରେ ରହିବେ ସେନେଇ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

ଜିଲ୍ଲାରେ ଥିବା ସାଧାରଣ ଲୋକେ ଗତ ପ୍ରାୟ 40ଦିନ ହେଲାଣି ପ୍ରଶାସନର ସମସ୍ତ ନିୟମକୁ ମାନି ଚଳି ଆସିଛନ୍ତି । ଯେଉଁ କେତେକ ଅମାନିଆ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କୁ ପୁଲିସ ଲାଠି ମାଡ ଖାଇବାକୁ ପଡୁଛି । ତେଣୁ ଏତେ ପରେ ବି ଶେଷ ପର୍ଯ୍ୟାୟରେ ସ୍ଥିତି ବିଗିଡିଲେ ଲୋକେ ହଇରାଣ ହେବା ଛଡା ଆଉ କିଛି ପାଇବେ ନାହିଁ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକଙ୍କ ରିପୋର୍ଟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.