ETV Bharat / state

ଆଦିବାସୀ ଝିଅ ଜ୍ୟୋସ୍ନାଙ୍କୁ ଭାରୋତ୍ତଳନ ଚମ୍ପିୟାନସିପରେ ସଫଳତା, ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ

author img

By

Published : Aug 3, 2023, 9:12 PM IST

ଗଜପତି ଜିଲ୍ଲାର ଆଦିବାସୀ ଝିଅ ଜ୍ୟୋସ୍ନା ଶବରଙ୍କୁ ଭାରୋତ୍ତଳନ ଚମ୍ପିୟାନସିପରେ ସଫଳତା । ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Etv Bharat
Etv Bharat

ପାରଳାଖେମୁଣ୍ଡି: ପୁଣି ଚମିକଲେ ଆଦିବାସୀ ଝିଅ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରୋତ୍ତଳନ ପ୍ରତିଯୋଗିତାର ସଫଳ ଖେଳାଳି ଭାବେ ଜୋସ୍ନା ଶବର କନିଷ୍ଠ ବର୍ଗରେ ସଫଳତା ହାସଲ କରିଛନ୍ତି । ବିଭିନ୍ନ ପ୍ରତିଯୋଗିତାରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଆଜି ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ୨୦ ହଜାର ଟଙ୍କା ଚେକ ସହ ମାନପତ୍ର ପ୍ରଦାନ କରାଯାଇଛି ।

ଜୋସ୍ନା ଶବରଙ୍କ ଘର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ମାର୍ଲବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେକଟ ଗ୍ରାମର ହୋଇଥିବାବେଳେ ସେ ରାୟଗଡ଼ାରେ ରହୁଛନ୍ତି । ତାଙ୍କ ବାପା କାର୍ତ୍ତିକ ଶବର ଓ ମାତା ଗଚ୍ଛାମଣି ଶବର ଅଟନ୍ତି । ଜୋସ୍ନା ଭୁବନେଶ୍ବର ସ୍ଥିତ କିସ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଗ ଦେଇ ସୁଖ୍ୟାତି ଅର୍ଜନ କରିଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଜିଲ୍ଲାର ସଫଳ ଖେଳାଳି ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ୨୦ ହାଜର ଟଙ୍କା ଚେକ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ- ଅନ୍ତର୍ଜାତୀୟ ସ୍ତରରେ ଚମକିବେ ଶ୍ୱେତସ୍ୱିନୀ, ଏସିଆ ମହିଳା ସଫ୍ଟବଲ ପ୍ରତିଯୋଗିତାରେ ସାମିଲ ହେବେ ଓଡ଼ିଆ ଝିଅ

ଏହି ଅବସରରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜ୍ୟୋସ୍ନାଙ୍କୁ ଭଲ ଖେଳ ପ୍ରଦର୍ଶନ କରି ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦିଅନ୍ତୁ ବୋଲି କହିଥିଲେ।ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରୋତ୍ତଳନ ପ୍ରତିଯୋଗିତାର ସଫଳ ଖେଳାଳି ଭାବେ ଜ୍ୟୋସ୍ନା ଶବର କନିଷ୍ଠ ବର୍ଗରେ ସଫଳତା ହାସଲ କରିଛନ୍ତି । ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ କନିଷ୍ଠ ବର୍ଗରେ ୪୦ କେଜି ( ୫୫ କେଜି ସ୍ନାଚ + ୬୪ କେଜି କ୍ଲିନ୍ ସ୍ଵିପ= ୧୧୯କେଜି )ରେ ସଫଳତା ହାସଲ କରିଛନ୍ତି । ୨୦୨୩ (IWLF) ତାମିଲନାଡୁର ନାଗେରେକୋଲ ସ୍ଥିତ ଅନୁଷ୍ଠିତ ହୋଇଥିବା ଭାରୋତ୍ତଳନ ପ୍ରତିଯୋଗିତାରେ ଯୁବ କନିଷ୍ଠ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ସେହିପରି ୨୦୨୩ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହୋଇଥିବା 'ଖେଲୋ ଇଣ୍ଡିଆ 'ରେ ଭାରୋତ୍ତଳନ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୩ ଦୁରେସ ଦେଶର ଆଲବାନିଆଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ କନିଷ୍ଠ ଭାରୋତ୍ତଳନ ଚମ୍ପିୟାନସିପ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୨୩ ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ଅନୁଷ୍ଠିତ ହୋଇଥିବା କମନୱେଲଥ୍ ଗେମ ଚମ୍ପିୟାନସିପରେ ଭାରୋତ୍ତଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ୨୦୨୩ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ାଠାରେ ଅନୁଷ୍ଠିତ ଏସିଆନ ଭାରୋତ୍ତଳନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.