ETV Bharat / state

ଚିକିତ୍ସାରେ ଅବହେଳା ଅଭିଯୋଗ, ବିଜେପିର ଗଜପତି ମୁଖ୍ୟ ଚିକିତ୍ସାଳୟ ଘେରାଉ

author img

By

Published : Feb 2, 2023, 4:09 PM IST

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନଅସନ୍ତୋଷ । ମିଳୁନି ଚିକିତ୍ସା, ନାହାଁନ୍ତି ଡାକ୍ତର । ଅଧିକ ପଢ଼ନ୍ତୁ

negligence in treatment
ଚିକିତ୍ସାରେ ଅବହେଳା
ଚିକିତ୍ସାରେ ଅବହେଳା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘେରାଉ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୌଣସି ଉତ୍ତମ ଚିକିତ୍ସା ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଏଠାରେ ଜଣେ ନିଶ୍ଚେତକ ବିଶେଷଜ୍ଞ ନଥିବାରୁ ସାମାନ୍ୟ ଅପରେସନ ମଧ୍ୟ ହୋଇପାରୁନାହିଁ । ଯାହାକୁ ନେଇ ଅନେକବାର ଅଭିଯୋଗ ହୋଇଛି । ତଥାପି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଏନେଇ ସାଧାରଣରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଅସନ୍ତୋଷ ଦାନା ବାନ୍ଧୁଛି । ଶେଷରେ ବିଜେପି ପକ୍ଷରୁ ଜିଲ୍ଲା ମୁଖ୍ୟାଳୟକୁ ଘେରାଉ କରାଯାଇଛି ।

ସାମାନ୍ୟ ଅସୁସ୍ଥତା ପାଇଁ ଏଠାକୁ ଆସୁଥିବା ରୋଗୀଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ୍ କିମ୍ବା ବିଶାଖପାଟଣା ସ୍ଥାନାନ୍ତର କରାଯାଉଛି । ଫଳରେ ଗରିବ ଲୋକେ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେବାସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିରେ କୌଣସି ସମାଧାନ ହୋଇପାରୁନାହିଁ । ଗତ ୨ଦିନ ତଳେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାକୁ ପ୍ରାଥମିକ ଚିକିତ୍ସା କରିଦିଆଯାଇ ଛାଡି ଦିଆଯାଇଛି । ସେ ନିଜର ବିଭିନ୍ନ ସମସ୍ୟା କଥା କହୁଥିଲେ ମଧ୍ୟ ଡାକ୍ତର ଏଥିପ୍ରତି କୌଣସି ଗୁରୁତ୍ବ ଦେଇ ତାକୁ ଘରକୁ ପଠାଇଦେବା ଚିକିତ୍ସାଳୟରେ ଡାକ୍ତରଙ୍କ ମନମାନିକୁ ପ୍ରମାଣିତ କରୁଛି ।

ଏଭଳି କିଛି ଅଭିଯୋଗ ନେଇ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ବୁଧବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘେରାଉ କରାଯାଇଥିଲା। ପୂର୍ବତନ ବିଜେପି ଜିଲ୍ଲା ସଭାପତି ସିଦ୍ଧେଶ୍ବର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଓ ନେତା ଏଥିରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ସିଡିଏମଓ ଡ.ପ୍ରଦୀପ କୁମାର ପାତ୍ର ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ରୋଗୀ ଚିକିତ୍ସା ପାଇଁ ଯଥା ସମ୍ଭବ ପ୍ରସାସ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଏହାମଧ୍ୟ ପଢ଼ନ୍ତୁ. Union Budget 2023: ଫୋକସରେ ନିର୍ବାଚନ, ଆଦିମ ଜନଜାତି ବିକାଶ ଲାଗି ୧୫ହଜାର କୋଟି

ଏ ସମ୍ପର୍କରେ ସିଡିଏମଓ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି "ହସ୍ପିଟାଲ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଛ । ଏଠାରେ ରୋଟେସନରେ ଡାକ୍ତରମାନେ ଡ୍ୟୁଟି କରନ୍ତି । ୨ ଦିନ ତଳେ ଯେଉଁ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ତାଙ୍କର ଠିକ ଭାବେ ଚିକିତ୍ସା କରାଯାଇଛି । ମୁଣ୍ଡରେ ଷ୍ଟିଚ୍ ମଧ୍ୟ ପଡ଼ିଛି । ଏଥିପାଇଁ ଆହତ ବ୍ୟକ୍ତିଙ୍କୁ ଓ୍ବାର୍ଡକୁ ପଠାଯାଇଥିଲା । ସେଠାରେ ତାଙ୍କର ସର୍ଜରୀ ଟ୍ରିଟ୍‌ମେଣ୍ଟ ହୋଇଛି । ସମ୍ପୃକ୍ତ ରୋଗୀଙ୍କୁ ଏଠାରେ ଅବହେଳା କରାଯାଇନି । ଏହା ଏକ ଭ୍ରାନ୍ତ ଧାରଣା । ତେବେ ସେ ସୁସ୍ଥ ହେବାପରେ ହିଁ ତାଙ୍କୁ ଏଠାରୁ ଘରକୁ ପଠାଯାଇଛି ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.