ETV Bharat / state

ନାବାଳିକା ବିବାହକୁ ଭଣ୍ଡୁର କଲା ଚାଇଲ୍ଡ ଲାଇନ - ନାବାଳିକା ବିବାହ

ନାବାଳିକା ବିବାହକୁ ବନ୍ଦ କଲା ଚାଇଲ୍ଡ ଲାଇନ । ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର କେରାଣ୍ଡି ଗାଁରେ ନାବାଳିକା ବିବାହ ଆୟୋଜନ ହେଉଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 25, 2019, 3:04 PM IST

Updated : Apr 25, 2019, 3:21 PM IST

ଗଜପତି: ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ ବିବାହ ପାଇଁ ପ୍ରସ୍ତୁତ ହୋଇଥିଲା କନ୍ୟା । ଆଉ କିଛି ସମୟରେ ହାତକୁ ଦି ହାତ ହୋଇଥାନ୍ତା । ହେଲେ ଶେଷ ସମୟରେ ସବୁ ହୋଇଗଲା ଓଲଟପାଲଟ । ବିବାହସ୍ଥଳରେ ପହଞ୍ଚି ବିବାହକୁ ଭଣ୍ଡୁର କଲା ଚାଇଲ୍ଡ ଲାଇନ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର କେରାଣ୍ଡି ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ସୂଚନା ଅନୁଯାୟୀ, ଆଜି(ଗୁରୁବାର) କେରାଣ୍ଡି ଗାଁରେ ଏକ ବିବାହର ଆୟୋଜନ ହେଉଥିଲା । ହେଲେ କନ୍ୟା ନାବାଳିକା ହୋଇଥିବା ଖବର ଚାଇଲ୍ଡ ଲାଇନ ପାଖରେ ପହଞ୍ଚିବା ପରେ ନାବାଳିକା ଘରେ ପହଞ୍ଚି ଜନ୍ମଗତ ପ୍ରମାଣ ମାଗିଥିଲେ ଚାଇଲ୍ଡ ଲାଇନର ସଦସ୍ୟ । ଜନ୍ମପତ୍ର ଯାଞ୍ଚ ପରେ କନ୍ୟାକୁ 18 ବର୍ଷ ହୋଇ ନଥିବା ଜଣାପଡିବା ପରେ ବାହାଘରକୁ ବନ୍ଦ କରିଥିଲା ଚାଇଲ୍ଡ ଲାଇନ । ପରେ ଝିଅକୁ 18 ବର୍ଷ ହେବା ପରେ ବିବାହ କରିବେ ବୋଲି କନ୍ୟାର ପିତାମାତା ଲିଖିତ ପ୍ରତିଶୃତି ଦେଇଥିବା କହିଛନ୍ତି ସିଡିପିଓ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:Conclusion:
Last Updated : Apr 25, 2019, 3:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.