ETV Bharat / state

ବର ପାଇଁ ଦକ୍ଷିଣ ଓଡିଶା କୁଆଁରୀଙ୍କ ଜହ୍ନିଓଷା, ଏକମାସ ଜହ୍ନି ଖାଇବା ମନା

ମା' ବୃନ୍ଦାବତୀଙ୍କ ନିକଟରେ ହେଉଥିବା ଜହ୍ନି ଓଷାକୁ କୁଆଁରୀ ଝିଅ ମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି। ଏହି ପୂଜା କଲେ ଭଲ ବର ମିଳିଥାଏ ବୋଲି ବିଶ୍ବାସ ରହିଛି। ଅଧିକ ପଢନ୍ତୁ...

author img

By

Published : Oct 11, 2020, 5:03 PM IST

ଭଲବର ପାଇଁ କୁଆଁରୀ କରିଥାନ୍ତି ଜହ୍ନି ଓଷା
ଭଲବର ପାଇଁ କୁଆଁରୀ କରିଥାନ୍ତି ଜହ୍ନି ଓଷା

ଗଜପତି: କୁଆଁରୀ ମାନଙ୍କ ପୂଜା ଜହ୍ନିଓଷା । ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜା କୁମାର ପୁର୍ଣ୍ଣିମାରେ ଶେଷ ହୋଇଥାଏ। ପରିବାରରେ ସୁଖ, ଭାଇର ମଙ୍ଗଳ କାମନା ସହ ଭଲ ବର ପାଇବା ପାଇଁ ଗଜପତି ଜିଲ୍ଲାର କୁଆଁରୀ ଝିଅ ମାନେ ପାଳନ କରିଥାନ୍ତି ଜହ୍ନି ଓଷା। ଏହି ସମୟରେ ବ୍ରତଧାରୀ କୁଆଁରୀ ମାନେ ମା' ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସହ ଗୋଟିଏ ଓଳି ସାତ୍ବିକ ଭୋଜନ କରିଥାନ୍ତି । ଏହି ବ୍ରତ ସମୟରେ ଜହ୍ନି ଖାଇବା କିମ୍ବା ଜହ୍ନି ଫୁଲ ତୋଳିବା ମନା ହୋଇଥାଏ। ସନ୍ଧ୍ୟା ହେଲେ ଗୀତ ଘଣ୍ଟି, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠେ ପୁର ପଲ୍ଲୀ। ଏହା ସାଙ୍ଗକୁ ପୁଣି ଧୂପ ଦୀପର ଆଧ୍ୟାତ୍ମିକ ବାସ୍ନାରେ ମହକି ଯାଉଛି ସମଗ୍ର ପରିବେଶ।

ବର ପାଇଁ ଜହ୍ନି ନାଁରେ ବ୍ରତ, ଏକମାସ ଜହ୍ନି ଖାଇବା ମନା

ତେବେ ଗଜପତି ଜିଲ୍ଲାରେ ରୀତିନିତି ଅନୁସାରେ କୁଆଁରୀ ଝିଅ ମାନେ ପାଳନ କରୁଛନ୍ତି ଜହ୍ନି ଓଷା । ବ୍ରତଧାରୀମାନେ ଦଶହରା ଠାରୁ ନୁଆ ଚାଙ୍ଗୁଡିରେ ନଦୀବାଲି ରଖି 7 ପ୍ରକାର ଡାଲି ଜାତୀୟ ପଦାର୍ଥ ବୁଣିଥାନ୍ତି ଓ ମାନସିକ କରି ନଡିଆ, କଦଳୀ ବାନ୍ଧିଥାନ୍ତି। ଶେଷରେ କୁମାର ପୁର୍ଣ୍ଣିମା ଦିନ ଚନ୍ଦ୍ର ପୂଜା କରି ଓଷା ଉଦଯାପନ କରିଥାନ୍ତି। ତେବେ ଏହି ଓଷାକୁ ଶ୍ରଦ୍ଧା ଓ ନିୟମ ସହ ପାଳନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି କହିଛନ୍ତି ଝିଅମାନେ। ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ପାଇବା ପାଇଁ ମାତା ପାର୍ବତୀ ଏହି ଓଷା କରିଥିଲେ। କିନ୍ତୁ, ଏବେ ଆଧୁନିକତାର ଛାପରେ କୁଆଁରୀ ମାନେ ପ୍ରକୃତ ନିୟମ ଠାରୁ କିଛିଟା ବିଚ୍ୟୁତ ହୋଇଥିବା କହିଛନ୍ତି ପଣ୍ଡିତ ଜଗନ୍ନାଥ ରଥଶର୍ମା ।

ବିଭିନ୍ନ ସଂସ୍କୃତି ଏବଂ ପରମ୍ପରାକୁ ନେଇ ଆମ ରାଜ୍ୟ ପରିଚିତ। ସେଥିମଧ୍ୟରୁ କିଛି ହଜି ଯାଇଥିବା ବେଳେ ଆଉ କିଛି ଏବେବି ବଞ୍ଚି ରହିଛି। ତେବେ ଦକ୍ଷିଣ ଓଡିଶାର ଜହ୍ନିଓଷାକୁ ଆଜିବି କୁଆଁରୀ ମାନେ ଉଜ୍ଜିବୀତ ରଖିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.