ETV Bharat / state

ବାତ୍ୟା ନାଁ ଶୁଣିଲେ ଭୟରେ ଥରହର ହେଉଛନ୍ତି ପାରଳାଖେମୁଣ୍ଡିବାସୀ, କଣ କହୁଛନ୍ତି ଶୁଣନ୍ତୁ

author img

By

Published : May 10, 2022, 5:34 PM IST

ଓଡିଶାରେ ବାତ୍ୟା ଅସାନିର ବିଶେଷ ପ୍ରଭାବ ନ ଥିଲେ ମଧ୍ୟ ଆଶା ଆଶଙ୍କାରେ ରହିଛନ୍ତି ଉପକୂଳ ଅଞ୍ଚଳବାସୀ । ଭୟଭୀତ ହୋଇପଡିଛନ୍ତି ଚାଳ ଛପର ଘରେ ଥିବା ପାରଳାଖେମୁଣ୍ଡି ବାସିନ୍ଦା । ଅଧିକ ପଢନ୍ତୁ

ବାତ୍ୟା ନାଁ ଶୁଣିଲେ ଭୟ କରୁଛନ୍ତି ବିଭିଷିକାକୁ ଅଙ୍ଗେ ନିଭେଇଥିବା ପାରଳାଖେମୁଣ୍ଡି ବାସିନ୍ଦା

ଗଜପତି: ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଗଭୀର ଅବପାତର ରୂପ ନେଇସାରିଛି । ବାତ୍ୟା ଅସାନି ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇଯିବ । ଫଳରେ ଓଡିଶାରେ ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ହେଲେ ଏହା ଓଡିଶା ଉପକୂଳ ଦେଇ ଗତି କରୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଜିଲ୍ଲାମାନଙ୍କରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏଭଳି କିଛି ଆକଳନ କରିଛିି ପାଣିପାଗ ବିଭାଗ । ତେବେ ବାତ୍ୟାର ବିଭୀଷିକାକୁ ଅଙ୍ଗେ ନିଭେଇଥିବା ଲୋକେ ବାତ୍ୟା ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇପଡିଛନ୍ତି । ବିଶେଷ କରି ତଳିଆ ଅଞ୍ଚଳରେ ଚାଳ କିମ୍ବା ଟିଣ ଛପର କରି ମୁଣ୍ଡ ଗୁଞ୍ଜିଥବା ଲୋକେ ବାତ୍ୟାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ ବାତ୍ୟା ହେଲେ ଛପର ଖଣ୍ଡିକ ଉଡିଯିବ ଏବଂ ମୁଣ୍ଡ ଗୁଞ୍ଜିବାକୁ ଆଉ ରାହା ମିଳିବ ନାହିଁ । ସେହିଭଳି ପ୍ରବଳ ବର୍ଷା ହେଲେ ମଧ୍ୟ ଘରର କାନ୍ଥ ପଡି ଧନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ସରକାର ବାତ୍ୟାର ଭୟ ନଥିବା କହୁଥିଲେ ମଧ୍ୟ ଆଶଙ୍କାରେ ରହିଛନ୍ତି ଗଜପତି ପାରଳାଖେମୁଣ୍ଡି ବାସିନ୍ଦା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.