ETV Bharat / state

ନର୍ସିଂଛାତ୍ରୀ ଅଖିଳା ମୃତ୍ୟୁ ଘଟଣା, ସିସିଟିଭ ଫୁଟେଜ ଗାଏବ ଅଭିଯୋଗ ଆଣିଲେ ପିତା

author img

By

Published : Jul 29, 2022, 6:06 PM IST

ଗଜପତି ନର୍ସିଂ କଲେଜ ଛାତ୍ରୀ ଅଖିଳା ବେହେରାଙ୍କ ଝୁଲନ୍ତା ମୃତଦେହ କ୍ଲାସ୍ ରୁମରୁ ଉଦ୍ଧାର ହେବା ଘଟଣା । ଘଟଣା ଘଟିବା ଦିନ ସିସିଟିଭି ଫୁଟେଜ ଗାଏବ ଥିବା ଅଭିଯୋଗ ଆଣିଲେ ଛାତ୍ରୀଙ୍କ ପିତା । ଅଧିକ ପଢନ୍ତୁ

ନର୍ସିଂ ଛାତ୍ରୀ ଅଖିଳା ମୃତ୍ୟୁ ଘଟଣା, ସିସିଟିଭ ଫୁଟେଜ ଗାଏବ ଅଭିଯୋଗ ଆଣିଲେ ପିତା

ଗଜପତି: ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ନର୍ସିଂ କଲେଜ ଛାତ୍ରୀ ଅଖିଳା ବେହେରାଙ୍କ ଝୁଲନ୍ତା ମୃତଦେହ କ୍ଲାସ୍ ରୁମରୁ ଉଦ୍ଧାର ହେବା ଘଟଣା । ଏ ନେଇ ସାମନାକୁ ଆସିଛି ଏକ ନୂଆ ତଥ୍ୟ । କଲେଜର ସମସ୍ତ ସିସିଟିଭି ଫୁଟେଜ୍‌ ରହିଥିବା ବେଳେ ଘଟଣା ଦିନ ରାତି ୧୨ଟାରୁ ପରଦିନ ସକାଳ ୮ଟା ପର୍ଯ୍ୟନ୍ତ ସିସିଟିଭ ଫୁଟେଜ୍ ନାହିଁ । ଏଭଳି ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା ।

ଗଜପତି ନର୍ସିଂ ଛାତ୍ରୀ ଅଖିଳା ମୃତ୍ୟୁ ଘଟଣା, ସିସିଟିଭ ଫୁଟେଜ ଗାଏବ ଅଭିଯୋଗ

କଲେଜର ଅଧ୍ୟକ୍ଷାଙ୍କ ନିର୍ଯାତନା ସହିନପାରି ଅଖିଳା ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ତାଙ୍କ ସହପାଠୀମାନେ ଅଭିଯୋଗ କରୁଥିବା ବେଳେ ଝିଅକୁ ମାରିଦେଇ ଝୁଲାଇ ଦିଆଯାଇଥିବା ନେଇ ବାପା ଅଭିଯୋଗ କରିଛନ୍ତି । ଘଟଣା ଦିନର ସିସି ଟିଭି ଫୁଟେଜ୍ ନଥିବା ଛାତ୍ରୀଙ୍କ ବାପା ଅଭିଯୋଗ ଆଣିଥିବା ବେଳେ ସେପଟେ ସିସିଟିଭି ଫୁଟେଜ୍ ସଂପର୍କରେ ସେ କିଛି ଜାଣିନାହାନ୍ତି, ହୁଏତ କିଛି ବୈଷୟିକ ତୃଟି ଥାଇପାରେ ବୋଲି ସଫେଇ ଦେଇଛନ୍ତି କଲେଜର ଅଧ୍ୟକ୍ଷା ।

କଲେଜର ହାର୍ଡ ଡିସ୍କ ଜବତ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି SDPO ରାମକୃଷ୍ଣ ପତି । କଲେଜର ଅଧ୍ୟକ୍ଷା ଛାତ୍ରଛାତ୍ରୀମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି । ଏପରିକି କଲେଜରେ ଓଡିଆ କହିଲେ ଫାଇନ୍ ଦେବାକୁ ପଡୁଛି । କେବଳ ସେତିକି ନୁହେଁ କଲେଜ ହଷ୍ଟେଲରେ ୨ଟି ଗାଧୁଆ ଘର ରହିଥିବା ବେଳେ ସେଠାରେ ମଧ୍ୟ ଠିକ ଭାବେ ପାଣି ଆସୁନାହିଁ । ଏହାକୁ କହିଲେ କେହି କର୍ଣ୍ଣପାତ କରୁନାହାନ୍ତି । କଲେଜରେ ବିଳମ୍ବରେ ପହଞ୍ଚିଲେ ଫାଇନ୍ କରାଯାଉଛି ।

ଗତ ବୁଧବାର ପରୀକ୍ଷା ହଲରେ ଅଖିଳା ଲେଖୁଥିବା ବେଳେ ସେ କପି କରି ଲେଖୁଥିବା ଦର୍ଶାଇ କଲେଜ ଅଧ୍ୟକ୍ଷା ଅପମାନିତ କରିଥିଲେ । ବାରମ୍ବାର କଲେଜ୍ ଅଧ୍ୟକ୍ଷାଙ୍କ ନିର୍ଯାତନା ସହିନପାରି ସେ ଏଭଳି ଆତ୍ମହତ୍ୟା କରିଥିବା ତାଙ୍କ ସହପାଠୀମାନେ କହିଛନ୍ତି । ଅଖିଳା ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଯଦି ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ତାହଲେ ଏହା ପଛର କାରଣ କଣ ଏବଂ ଯଦି କେହି ହତ୍ୟା କରିଛି ତାହେଲେ କେଉଁ କାରଣ ପାଇଁ ଜଣେ ନର୍ସିଂ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ତାହାର ଛାନଭିନ୍ କରୁଛି ପାରଳାଖେମୁଣ୍ଡି ପୋଲିସ । ସେପଟେ ଛାତ୍ରୀଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷା ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.