ETV Bharat / state

କେନାଲ କାମରେ ହେରଫେର ! ୧୦ ଫୁଟ ବଦଳରେ ଚାଲିଛି ୧ ଫୁଟିଆ ନାଳ ନିର୍ମାଣ - farmers unhappy with substandard construction of canals in Gajapati

କାହା ସ୍ବାର୍ଥରେ କାମ କରୁଛନ୍ତି ସରକାର ? ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଚାଷ କାର୍ଯ୍ୟ ପାଇଁ ନିର୍ମାଣ ହେଉଥିବା ନାଳକୁ ନେଇ ଏଭଳି ପ୍ରଶ୍ନ ଉଠିଛି । ସହରର ପାର୍ଶ୍ବରେ ଥିବା ରାମସାଗର ଓ ସୀତା ସାଗର କେନାଲ ପୋତି ହୋଇଯାଇଥିବା ବେଳେ ଏହାର ପୁନଃରୁଦ୍ଧାର ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ଚାଷୀ । ଅଧିକ ପଢନ୍ତୁ

କେନାଲ ନିର୍ମାମରେ ହେରଫେର ଅଭିଯୋଗ
କେନାଲ ନିର୍ମାମରେ ହେରଫେର ଅଭିଯୋଗ
author img

By

Published : May 2, 2022, 8:29 PM IST

ପାରଳାଖେମୁଣ୍ଡି: କାହା ସ୍ବାର୍ଥରେ କାମ କରୁଛନ୍ତି ସରକାର ? କାହିଁକି ଥରକୁ ଥର ଚାଷୀକୂଳକୁ ଉପେକ୍ଷା ? ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଚାଷ କାର୍ଯ୍ୟ ପାଇଁ ନିର୍ମାଣ ହେଉଥିବା ନାଳକୁ ନେଇ ଏଭଳି ପ୍ରଶ୍ନ ଉଠିଛି । ସହରର ପାର୍ଶ୍ବରେ ଥିବା ରାମସାଗର ଓ ସୀତାସାଗର କେନାଲ ପୋତି ହୋଇଯାଇଥିବା ବେଳେ ଏହାର ପୁନଃରୁଦ୍ଧାର ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ଚାଷୀ ।

କେନାଲ ନିର୍ମାମରେ ହେରଫେର ଅଭିଯୋଗ

ମାତ୍ର ଏହି ଦୁଇ କେନାଲର ପୁନଃ ନିର୍ମାଣ କରିବା ପରିବର୍ତ୍ତେ କ୍ଷୁଦ୍ର ଜଳେସେଚନ ବିଭାଗ ନିର୍ମାଣ କରୁଛି ଏକ ଫୁଟ୍‌ର ଦୁଇଟି ନାଳ । ସେହିପରି ରାମସାଗର କେନାଲ ପରିବର୍ତ୍ତେ ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗ ନିର୍ମାଣ କରୁଛି ଏକ ନାଳ । ସେହିଭଳି ସୀତା ସାଗର କେନାଲରୁ ପାଣି ନେବା ପାଇଁ ୬୦ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି ଆଉ ଏକ ନାଳ । ଏପଟେ ନିମ୍ନମାନର କାମ ସାଙ୍ଗକୁ ନିୟମ ହିସାବରେ କାମ ହେଉନଥିବା ଚାଷୀ ଓ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଗଜପତି ଜିଲ୍ଲାର ଚାଷୀଙ୍କ ହିତ ଲାଗି ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରେ ପାରଳାଖେମୁଣ୍ଡି ସହର ପାର୍ଶ୍ବରେ ନିର୍ମାଣ ହୋଇଥିଲା ରାମସାଗର ଓ ସୀତାସାଗର କେନାଲ । ମାତ୍ର ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଏହି କେନାଲ ପୋତି ହୋଇଗଲାଣି । ସେପଟେ ୧୦ ଫୁଟ ଓସାର କେନାଲକୁ ପୁନଃରୁଦ୍ଧାର କରିବା ବଦଳରେ ନିର୍ମାଣ ହେଉଛି ୧ ଫୁଟ ଓସାରର ୨ଟି ନାଳ ।

ଏପଟେ ଠିକାଦାରଙ୍କୁ ପୋଷିବା ଲାଗି ସରକାର ଏଭଳି କରୁଛନ୍ତି ବୋଲି ଚାଷୀ ନେତା ଅଭିଯୋଗ କରିଛନ୍ତି । ନାଳ ନିର୍ମାଣ ନିମ୍ନମାନର କାମ ସହ ବ୍ୟାପକ ଅର୍ଥ ହେରଫେର କରାଯାଉଛି ବୋଲି ଚାଷୀ ନେତା କହିଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ବିଭାଗୀୟ ଯନ୍ତ୍ରୀ ଖଣ୍ଡନ କରିବା ସହ ନାଳ କାମ ଠିକ୍‌ ଭାବରେ ଏବଂ ନିୟମ ହିସାବରେ ଚାଲିଛି ବୋଲି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.