ଗଜପତି: ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ଆଉ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଜୁନ ଓ ଜୁଲାଇ ମାସରେ 60ପ୍ରତିଶତ କମ ବର୍ଷା ହୋଇଛି । ଫଳରେ ଗଜପତି ଜିଲ୍ଲା ଗଜା ମରୁଡି ପରିସ୍ଥିତି ଦେଖାଦେଇଛି । ଏନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି ।
ତୁରନ୍ତ ଗଜପତିକୁ ମରୁଡି ଜିଲ୍ଲା ଭାବେ ଘୋଷଣା କରାଯାଉ ବୋଲି ଦାବି ହୋଇଛି। ସେହିପରି ଗତବର୍ଷା ତିତଲି ବାତ୍ୟାରେ ଜିଲ୍ଲାରେ କ୍ଷତିଗସ୍ତ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରିବାରେ ବୀମା କମ୍ପାନୀ ପାତରଅନ୍ତର କରିଥିବା ଅଭିଯୋଗ ଆସିଛି । କିଛି ଚାଷୀଙ୍କୁ ସେମାନେ ଦେଇଥିବା ପ୍ରିମିୟମ ଠାରୁ କମ ଟଙ୍କା କ୍ଷତି ପୂରଣ ଆକାରରେ ପ୍ରଦାନ କରାଯାଇଥିବା ବେଳେ ଆଉ କିଛି ଚାଷୀଙ୍କୁ ଟଙ୍କାଟିଏ ବି ମିଳିନି ।
କେଉଁ ରିପୋର୍ଟ ଭିତ୍ତିରେ ବୀମା କମ୍ପାନୀ ଏଭଳି କରିଛି ତାହାର ତଦନ୍ତ କରିବାକୁ ଦାବି କରାଯାଇଛି । ଅତିଶ୍ରୀଘ୍ର କ୍ଷତିଗସ୍ତ ଚାଷୀଙ୍କୁ ଉଚିତ ବୀମା ରାଶି ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିବା ସଂଘର ସଭାପତି କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ