ETV Bharat / state

ପର କଲା ପରିବାର, ଦୁଇ ଅସହାୟ ଶିଶୁଙ୍କୁ ଆପଣାଇଲା ଗଜପତି ପ୍ରଶାସନ

author img

By

Published : Mar 23, 2022, 9:02 AM IST

Updated : Mar 23, 2022, 10:42 AM IST

ଦୁଇ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ପଞ୍ଚାୟତ ସମିତିର ଅଡ଼ବା ନିକଟସ୍ଥ ତଳ ବାଡ଼େଗୁଡ଼ା ଗ୍ରାମରେ । ଅଧିକ ପଢନ୍ତୁ

ପର କଲା ପରିବାର, ଦୁଇ ଅସହାୟ ଶିଶୁଙ୍କୁ ଆପଣାଇଲା ଗଜପତି ପ୍ରଶାସନ
ଜିଲ୍ଲା ପ୍ରଶାସନର ମହାନତା, ଅନାଥ ଶିଶୁଙ୍କୁ ଉଦ୍ଧାରକରି ଥଇଥାନ କଲା ପ୍ରଶାସନ

ଗଜପତି: ଜିଲ୍ଲା ପ୍ରଶାସନର ମହାନତା । ଦୁଇ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଜିଲ୍ଲା ପ୍ରଶାସନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ପଞ୍ଚାୟତ ସମିତିର ଅଡ଼ବା ନିକଟସ୍ଥ ତଳ ବାଡ଼େଗୁଡ଼ା ଗ୍ରାମରେ । ଦୁଇ ଅସହାୟ ଶିଶୁ ହେଲେ ମାନସ ମଲ୍ଲିକ(୫) ଓ ପାତ୍ରିକା ମଲ୍ଲିକ(୬) ।

ପର କଲା ପରିବାର, ଦୁଇ ଅସହାୟ ଶିଶୁଙ୍କୁ ଆପଣାଇଲା ଗଜପତି ପ୍ରଶାସନ

ସୂଚନାଅନୁସାରେ, ଦୁଇ ଅସହାୟ ଶିଶୁଙ୍କ ପିତା ସ୍ବର୍ଗତ ପ୍ରେମଲାଲ ମଲ୍ଲିକ ଗତ ୫ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ମା ରୁତୁଙ୍ଗ ମଲ୍ଲିକ କିଛି ମାସ ତଳେ ଦୁଇ ପୁତ୍ରକୁ ଦୂର ସମ୍ପର୍କୀୟ ମାମୁଁଙ୍କ ପାଖରେ ଛାଡି ଭଲପାଉଥିବା ବ୍ୟକ୍ତିଙ୍କ ସହ କୁଆଡେ ଚାଲିଯାଇଥିଲେ । ଶିଶୁ ଦୁଇଟି କିଛିଦିନ ଦୂର ସମ୍ପର୍କୀୟ ମାମୁଙ୍କ ଦୟାର ପାତ୍ର ହେଲାପରେ, ପରବର୍ତ୍ତୀ ସମୟରେ ମୁଠାଏ ଖାଇବା ପାଇଁ ଗାଁ ଲୋକଙ୍କର ଦ୍ବାରସ୍ଥ ହେଉଥିଲେ ।

ପାଠ ପଢ଼ିବା ଏବଂ ଶିଶୁମାନଙ୍କ ଅଧିକାର ତ ଦୂରର କଥା ଅତ୍ୟାବଶ୍ୟକ ଯଥା ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଶିଶୁମାନେ ପ୍ରତ୍ୟେକ ସମୟରେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲେ । ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଶିଶୁ ଦୁଇଟିଙ୍କୁ ମୋହନା ଛାଇଲ୍ଡ ଲାଇନ ଦ୍ଵାରା ତଳବାଡେଗୁଡା ଗ୍ରାମରୁ ଉଦ୍ଧାରକରାଯାଇ ଶିଶୁ ଦୁଇଟିଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିଙ୍କ ନିକଟରେ ଉପସ୍ଥାପିତ କରିବା ପରେ ସେମାନଙ୍କ ନିର୍ଦ୍ଦେଶରେ ଶିଶୁ ମାନଙ୍କୁ ମୋହନା ବ୍ଳକର ଏକ ଶିଶୁ ଯତ୍ନ ଓ ସୁରକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନ ଯଥା ଚେଷ୍ଟାର ହୋମ, ଜରଭରେ ଥଇଥାନ କରାଯାଇଛି ।

ଭବିଷ୍ୟତରେ ଶିଶୁ ଦୁଇଟି କିପରି ପୋଷ୍ୟସନ୍ତାନ ଭାବେ ପରିବାର ପାଇବେ ସେଥିପ୍ରତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଯଥେଷ୍ଟ ଧ୍ୟାନ ଦିଆଯିବା ନେଇ ସୂଚନା ଦିଆଯାଇଛି । ଏହି ପିଲାମାନଙ୍କୁ ଜରଭରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଏବଂ ତୃତୀୟ ଶ୍ରେଣୀରେ ନାମ ଲେଖାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Mar 23, 2022, 10:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.