ETV Bharat / state

୧୨ ମାସରୁ ୧୨ ବର୍ଷ ବିତିଲା: କେବେ କାର୍ଯ୍ୟକ୍ଷମ ହେବ ଡମ୍ବାପୁର ଓ ଚମ୍ପାପୁର ପ୍ରକଳ୍ପ ?

ମହେନ୍ଦ୍ରତନୟା ନଦୀଜଳ ଲୁଟିବାକୁ ଷଡଯନ୍ତ୍ର କରୁଛନ୍ତି ଆନ୍ଧ୍ର ସରକାର । ହେଲେ ପଡୋଶୀର ଅପଚେଷ୍ଟା ବିଫଳ କରିବାକୁ ୧୫ ବର୍ଷ ତଳୁ ଗଜପତିରେ ଆରମ୍ଭ ହୋଇଥିବା ଦୁଇଟି ଜଳସେଚନ ପ୍ରକଳ୍ପ କାମ ଅଧାରେ ଅଟକିଛି । ଡମ୍ବାପୁର ପ୍ରକଳ୍ପ ଅଧାପନ୍ତରିଆ ହୋଇପଡିଥିବା ବେଳେ ଏ ଯାଏଁ ଆରମ୍ଭ ହୋଇପାରିନି ଚମ୍ପାପୁର ପ୍ରକଳ୍ପ କାର୍ଯ୍ୟ । ଯାହାକୁ ନେଇ ଏବେ ଗଜପତିବାସୀଙ୍କ ମଧ୍ୟରେ ଭାଳେଣି ପଡିଛି । ଅଧିକ ପଢନ୍ତୁ

ଡମ୍ବାପୁର ଓ ଚମ୍ପାପୁର ପ୍ରକଳ୍ପ କାର୍ଯ୍ୟ ବିଳମ୍ବ

author img

By

Published : Jan 15, 2023, 2:09 PM IST

Updated : Jan 15, 2023, 2:29 PM IST

ଚମ୍ପାପୁର ପ୍ରକଳ୍ପ

ଗଜପତି: ଓଡିଶାର ମାଟି, ଜଳ, ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଛି ଆନ୍ଧ୍ର । କୋଟିଆ କବ୍‌ଜା ସହ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିରୁ ବାହାରିଥିବା ମହେନ୍ଦ୍ରତନୟା ନଦୀଜଳ ଲୁଟିବାକୁ ଆନ୍ଧ୍ର ସରକାର ଷଡଯନ୍ତ୍ର କରୁଛନ୍ତି । ରେଗୁଲୁପାଡୁ ଠାରେ ନଦୀଜଳ ଅଟକାଇ ନିଜ ରାଜ୍ୟ ଆଡକୁ ମୁହାଁଇବାକୁ ପ୍ରକଳ୍ପ କାର୍ଯ୍ୟ ଜୋରଦାର ଚାଲିଛି । ଏପରି ସ୍ଥିତିରେ ଆନ୍ଧ୍ରକୁ ଜବାବ ଦେବାକୁ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଡମ୍ବାପୁର ଏବଂ ଚମ୍ପାପୁର ଠାରେ ମହେନ୍ଦ୍ରତନୟା ନଦୀ ଉପରେ ନିର୍ମାଣ ହେଉଥିବା ଦୁଇଟି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ତାହାର ଉତ୍ତର କାହା ପାଖରେ ନାହିଁ । ୨୦୦୮ ମସିହାରେ ପ୍ରକଳ୍ପର ଶୁଭ ଦେଇଥିବା ବେଳେ ଆଜିକୁ ୧୫ ବର୍ଷ ପରେ ଶେଷ ହେଉନି ପ୍ରକଳ୍ପ କାର୍ଯ୍ୟ ।

୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡମ୍ବାପୁର ଏବଂ ଚମ୍ପାପୁର ଜଳସେଚନ ପ୍ରକଳ୍ପର ଶୁଭ ଦେଇଥିଲେ । ଡମ୍ବାପୁର ପ୍ରକଳ୍ପ କାମ ପାଇଁ ଆବଶ୍ୟକୀୟ ମଞ୍ଜୁରୀ ଏବଂ ଡିଜାଇନ ଆଦି ଫାଇନାଲ୍ ହେବାକୁ ୨୦୧୧ ମସିହା ହୋଇଥିଲା । ସେତେବେଳେ ଏହି ପ୍ରକଳ୍ପ କମ ପାଇଁ ୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହା ବଢି ବର୍ତ୍ତମାନ ୩୨ କୋଟି ଟଙ୍କାରେ ପହଞ୍ଚିଛି । ସିଭିଲ କାମ ପାଇଁ ୨୨ କୋଟି ଟଙ୍କା ଏବଂ ବୈଷୟିକ କାମ ପାଇଁ ୧୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଡମ୍ବାପୁର ପ୍ରକଳ୍ପ କାମ ଅଧପନ୍ତରଆ ହୋଇ ପଡିରହିଥିବା ବେଳେ ଚମ୍ପାପୁର ପ୍ରକଳ୍ପ କାମ ଏ ଯାଏଁ ଆରମ୍ଭ ହେବା ତ ଦୂରର କଥା ତାହାର ଡିଜାଇନ କି ବ୍ୟୟ ଅଟକଳ ମଧ୍ୟ ହୋଇନାହିଁ ।

ମହେନ୍ଦ୍ରଗିରିରୁ ବାହାରିଥିବା ମହେନ୍ଦ୍ରତନୟା ନଦୀ ଓଡିଶାରେ କିଛି ବାଟ ପ୍ରବାହିତ ହେବା ପରେ ଆନ୍ଧ୍ରରେ ପ୍ରବେଶ କରିଛି । ଆନ୍ଧ୍ରରେ ଅଳ୍ପ କିଛି ବାଟ ପ୍ରବାହିତ ପରେ ପାରଳାଖେମୁଣ୍ଡି ସହରର ଉପର ମୁଣ୍ଡରେ ପୁଣିଥରେ ଓଡିଶାରେ ପ୍ରବେଶ କରିବା ପରେ ପୁଣି ଆନ୍ଧ୍ରକୁ ଯାଇ ବଂଶଧାରା ନଦୀରେ ମିଶି ଯାଉଛି । ହେଲେ ପାରଳାଖେମୁଣ୍ଡି ସହରରେ ପ୍ରବେଶ କରିବା ପୂର୍ବରୁ ଚାପରା ନିକଟରେ ଆନ୍ଧ୍ର ସରକାର ନଦୀର ଦିଗକୁ ପରିବର୍ତ୍ତନ କରି ସମସ୍ତ ପାଣି ଲୁଟି ନେବାକୁ ଚକ୍ରାନ୍ତ କରିବା ସହ ପ୍ରକଳ୍ପ କାମ ଜାରି ରଖିଛନ୍ତି । ଚାପରା ଠାରେ ଏହି ପ୍ରକଳ୍ପ ନିର୍ମାଣ କରି ଜଳକୁ ଲୁଟି ନେଇ ରେଗୁଲୁପାଡୁ ଠାରେ ନିର୍ମିତ ଏକ ଜଳଭଣ୍ଡାରରେ ଗଚ୍ଛିତ କରି ରଖିବାକୁ ଯୋଜନା କରୁଛନ୍ତି । ଏହାଦ୍ବାରା ସେହି ଅଞ୍ଚଳର ଲୋକଙ୍କୁ ଜଳସେଚନ ଠାରୁ ପାନୀୟ ଜଳ ଯାଏଁ ସମସ୍ତ ସୁବିଧା ମିଳିପାରିବ । ଗତ ୨୦୦୮ ମସିହାରେ ଏପ୍ରିଲ ୧ ତାରିଖରେ ଏହି ପ୍ରକଳ୍ପ ପାଇଁ ଆନ୍ଧ୍ରର ତତକାଳୀନ ମୁଖ୍ୟମନ୍ତ୍ରୀ ରାଜ ଶେଖର ରେଡ୍ଡୀ ରେଗୁଲୁପାଡୁ ଠାରେ ଶୁଭ ପ୍ରଦାନ କରିଥିଲେ ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡିଶା ବିଶେଷ କରି ପାରଳାଖେମୁଣ୍ଡି ସହରରେ ଉତ୍କଟ ଜଳସମସ୍ୟା ଦେଖା ଦେବା ସହ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେବେ । ତେଣୁ ସେତେବେଳେ ଏହାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ପ୍ରତିବାଦ କରିଥିଲେ । ଫଳରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଥିଲା । ସେହିବର୍ଷ(୨୦୦୮) ଏପ୍ରିଲ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ ବ୍ଲକର ପଦ୍ମପୁର ଠାରେ ପହଞ୍ଚି ନଦୀର ଉପରମୁଣ୍ଡରେ ଅର୍ଥାତ ଚମ୍ପାପୁର ଏବଂ ଡମ୍ବାପୁର ଠାରେ ୨ଟି ପ୍ରକଳ୍ପ ନିର୍ମ।ଣ କରିବାକୁ ଶୁଭ ଦେଇଥିଲେ । ଏହି ପ୍ରକଳ୍ପ ବର୍ଷକ ମଧ୍ୟରେ ସରିବ ଏବଂ ଏହା କାର୍ଯ୍ୟକ୍ଷମ ହେଲେ ଓଡିଶାର ଲୋକେ ଉପକୃତ ହେବା ସହ ଆନ୍ଧ୍ରର ଅପଚେଷ୍ଟା ପ୍ରତି ଦ଼ୃଢ ଜବାବ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଇତିମଧ୍ୟରେ ପ୍ରାୟ ୧୫ ବର୍ଷ ବିତି ସାରିଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ତ ଦୂରର କଥା ଡମ୍ବାପୁର ପ୍ରକଳ୍ପର ୫୦ ପ୍ରତିଶତ ମଧ୍ୟ କାମ ସରିପାରି ନାହିଁ । ସେହିପରି ଚମ୍ପାପୁର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହାରି ଭିତରେ ଆନ୍ଧ୍ର ତା'ର ପ୍ରକଳ୍ପ କାର୍ଯ୍ୟ ଜୋରଦାର କରି ଚାଲିଛି । ଆନ୍ଧ୍ରର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାରେ ଜଳସଙ୍କଟ ସୃଷ୍ଟି ହେବ । ପାରଳାଖେମୁଣ୍ଡି ସହର ସମେତ ଏହାର ଆଖପାଖ ଅଞ୍ଚଳ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେବେ। ଏଭଳି ସ୍ଥିତିରେ ଥରୁଟିଏ ହେଲେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ କଥା ଛାଡନ୍ତୁ କୌଣସି ସାଂସଦ କିମ୍ବା ବିଧାୟକ ମଧ୍ୟ ସେହି ଅଞ୍ଚଳ ଗସ୍ତ କରି କାମର ଅଗ୍ରଗତି ସଂପର୍କରେ ଜାଣିବାକୁ ନଚାହିଁବା ସରକାରଙ୍କ ଆନ୍ତରିକତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଏ ସମ୍ପର୍କରେ ଜଳସଂପଦ ବିଭାଗର କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି । ପ୍ରକଳ୍ପର ସିଭିଲ କାମ ପ୍ରାୟ ସରିଯାଇଥିବା ବେଳେ ଟେକ୍ନିକାଲ କାମ ବାକି ରହିଥିବା କୁହାଯାଉଛି । ଏହାକୁ ନେଇ ସ୍ଥାନୀୟ ବିଧାୟକ କେ.ନାରାୟଣ ରାଓପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗରେ ବିଧାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ୨୦୨୫ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇଥିଲେ । ବିଧାୟକ କହିଛନ୍ତି ଯେ, ''୧୨ ମାସରେ ହେବାକୁ ଥିବା କାମ ୧୨ ବର୍ଷ ପରେ ବି ନହେବା ଦୁର୍ଭ।ଗ୍ୟଜନକ । ଏହି ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ତାହାର ଉତ୍ତର କାହାରି ପାଖରେ ନାହିଁ । ଚାଷୀ ପ୍ରତି ସରକାରଙ୍କ ଆନ୍ତରିକତା କେତେ ଏଥିରୁ ସ୍ପଷ୍ଟ ହେଉଛି ।'' ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଇଟିଭି ଭାରତ, ଗଜପତି

Last Updated : Jan 15, 2023, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.