ETV Bharat / state

ପଜିଟିଭ ଚିହ୍ନଟ ଅଞ୍ଚଳରେ ଗଜପତିରେ 28ରୁ ତିନି ଦିନ ସଟଡାଉନ ଘୋଷଣା - କୋରୋନା ଭାଇରସ ଲକ୍ଷଣ

ଗଜପତିରେ ଆଉ 26 କୋରୋନା ପଜିଟିଭି ଟିହ୍ନଟ । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ୍, ପାରଳାଖେମୁଣ୍ଡି ସହର ଏବଂ କାଶୀନଗର ବ୍ଲକର ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିବ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

covid19-positive-identified-area-shutdown-decleared-by-gajapati-district-administration
ପଜିଟିଭ ଚିହ୍ନଟ ଅଞ୍ଚଳରେ ଗଜପତିରେ 28ରୁ ତିନି ଦିନ ସଟଡାଉନ ଘୋଷଣା
author img

By

Published : Jun 26, 2020, 5:17 PM IST

ପାରଳାଖେମୁଣ୍ଡି: ଗଜପତିରେ ଆଉ 26 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାର ଚିହ୍ନଟ ହୋଇଥିବା ପଜିଟିଭ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କଣ୍ଟେନମେଣ୍ଟ ଜୋନରୁ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 410 ରେ ପହଞ୍ଚି ଥିବାବେଳେ ସମସ୍ତ ଆକ୍ରାନ୍ତ ଆର ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲରେ ଏବଂ କୋଭିଡ କେୟାରରେ ଭର୍ତ୍ତି କରାଯାଇଛି । ଏନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

ପଜିଟିଭ ଚିହ୍ନଟ ଅଞ୍ଚଳରେ ଗଜପତିରେ 28ରୁ ତିନି ଦିନ ସଟଡାଉନ ଘୋଷଣା

ଗତ ଏକ ସପ୍ତାହ ହେଲା ଗଜପତି ଜିଲ୍ଲାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସବୁ ପଜିଟିଭ ମୁଖ୍ୟତଃ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ୍, ତଥା ପାରଳାଖେମୁଣ୍ଡି ସହରାଞ୍ଚଳରୁ ଆସିଅଛି । ବର୍ତ୍ତମାନ ଏହି ସବୁ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ ଓ ଅନ୍ୟାନ୍ୟ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଜିଲ୍ଲାରେ କୋରୋନା ଭାଇରସ ବ୍ୟାପକତାକୁ ଦେଖି ଜିଲ୍ଲା ପ୍ରଶାସନକୁ ଆଗାମୀ ତା.28-06-2020 ରିଖ ରବିବାର ଠାରୁ ତା.30-06 2020 ରିଖ ମଙ୍ଗଳବାର ତିନି ଦିନ ପର୍ଯ୍ୟନ୍ତ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ୍, ପାରଳାଖେମୁଣ୍ଡି ସହର ଏବଂ କାଶୀନଗର ବ୍ଲକ୍ର ରାଣିପେଣ୍ଡ ପଞ୍ଚାୟତକୁ ସଟଡାଉନ ଘୋଷଣା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହି ସମୟରେ ଉପରୋକ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର 40 ଟି ସ୍ବାସ୍ଥ୍ୟ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କୁ କୋରୋନା ଲକ୍ଷଣ ଯଥା ଜ୍ବର, କାଶ, ଥଣ୍ଡା, ଡ଼ାଇରିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ପଚାରିବେ ଏବଂ ବିସ୍ତୃତ ବିବରଣୀ ନେବେ । ଜିଲ୍ଲାପାଳ ସମସ୍ତଙ୍କୁ ଏହି କାର୍ଯ୍ୟରେ ସ୍ବାସ୍ଥ୍ୟ ଟିମକୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।

ଏହି ସଟଡାଉନ ଅବଧି ସମୟରେ କେବଳ ଜରୁରୀକାଳିନ ସ୍ବାସ୍ଥ୍ୟସେବା, ଔଷଧ ଦୋକାନ ଏବଂ ଦୁଗ୍ଧ ଦୋକାନ ହିଁ ଖୋଲାରହିବ । ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଯଥା ଦୋକାନ ବଜାର ବନ୍ଦ ରହିବ । ଆଗାମୀ 3 ଦିନ ପାଇଁ ଉପରୋକ୍ତ ଅଞ୍ଚଳର ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ସମସ୍ତେ ମିଳିମିଶି ସହଯୋଗ କରି କରୋନା ସଂକ୍ରମଣକୁ ରୋକିପାରିବା ବୋଲି ଜିଲ୍ଳାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତା ଜାରୀ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.