ETV Bharat / state

ଗୁଣିଗାରେଡିରୁ ହତ୍ୟା ସନ୍ଦେହ, ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

author img

By

Published : Mar 16, 2020, 4:02 PM IST

Updated : Mar 16, 2020, 5:31 PM IST

ଜଙ୍ଗଲରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର
ଜଙ୍ଗଲରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

15:55 March 16

ଗୁଣିଗାରେଡିରୁ ହତ୍ୟା ସନ୍ଦେହ, ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଗଜପତି: ମୋହନା ଥାନା ଅନ୍ତର୍ଗତ ଗୋପଟିମା ଗାଁରେ ଅଭାବନୀୟ ଘଟଣା । ଏହି ଅଞ୍ଚଳର ପୁଡିମା ଜଙ୍ଗଲରୁ ଉଦ୍ଧାର ହେଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ । ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି ।  ମୃତ ଦୁଇଜଣ ହେଲେ ଗପଟିମା ଗାଁର ପଟ୍ରା ମଲ୍ଲିକ ଓ ସବିତା ମଲ୍ଲିକ । ତେବେ ଏଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।  

ଗାଁ ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ।  ଘଟଣା ସମ୍ପର୍କରେ ମୋହନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ତେବେ ଗୁଣିଗାରେଡିକୁ ସନ୍ଦେହ କରି ଯୋଜନାବଦ୍ଧ ଭାବେ ଉକ୍ତ ଦମ୍ପତିଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ଜଣାପଡିଛି  ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ 

Last Updated : Mar 16, 2020, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.