ETV Bharat / state

ପୁଣି ଥରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ହାତରୁ ଛଡାଇନେଲା କଂଗ୍ରେସ - gitanjali bhuyan won gumma block chairmen

ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅଧ୍ୟକ୍ଷା ପଦ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଗୀତାଞ୍ଜଳି ଭୂୟାଁ ୧୦ଖଣ୍ଡ ଭୋଟ ପାଇଥିବା ଜିତିଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀନି ମିଖଲ ଭୂୟାଁ ୮ଖଣ୍ଡ ଭୋଟ ପାଇଛନ୍ତି । ଅଧିକ ପଢନ୍ତୁ...

ଗୁମ୍ମା ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ହାତରୁ ପୁଣିଥରେ ଝାମ୍ପି ନେଇଛି କଂଗ୍ରେସ
ଗୁମ୍ମା ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତରୁ ପୁଣିଥରେ ଝାମ୍ପି ନେଇଛି କଂଗ୍ରେସ
author img

By

Published : Jul 14, 2021, 10:45 PM IST

ଗଜପତି: ଜିଲ୍ଲାର ଗୁମ୍ମା ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତରୁ ପୁଣିଥରେ ଝାମ୍ପି ନେଇଛି କଂଗ୍ରେସ । ଅଧ୍ୟକ୍ଷା ହୋଇଛନ୍ତି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଗୀତାଞ୍ଜଳି ଭୂୟାଁ । ଅଧ୍ୟକ୍ଷା ପଦ ପାଇଁ ବୁଧବାର ହୋଇଥିବା ନିର୍ବାଚନରେ ଗୀତାଞ୍ଜଳି ୧୦ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ସମର୍ଥିତ ପ୍ରାର୍ଥୀନି ମିଖଲ ଭୂୟାଁ ୮ଖଣ୍ଡ ଭୋଟ ପାଇଛନ୍ତି ।

ଗୁମ୍ମା ବ୍ଲକ ଅଧ୍ୟକ୍ଷା ପଦ ବିଜେଡି ହାତରୁ ପୁଣିଥରେ ଝାମ୍ପି ନେଇଛି କଂଗ୍ରେସ

ଏହି ନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ରାଜନୈତିକ ପାଣିପାଗ ଖୁବ୍ ଉଷ୍ମ ହୋଇ ଉଠିଥିଲା । ଏହି ପଦବୀ ହାତେଇବା ପାଇଁ ସବୁ ରାଜନୈତିକ ଦଳ ପ୍ରୟାସ କରିଥିଲେ ମଧ୍ୟ ଶାସକ ଦଳକୁ ପଦବୀରୁ ଦୂରେଇ ରଖିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବୁଝାମଣା କରାଯାଇଥିବା ଯୋଗୁଁ ସ୍ଥିତି ଏଭଳି ହୋଇଥିବା କୁହାଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.