ETV Bharat / state

ଆସନ୍ତା 14ରେ କୃଷକ ଆନ୍ଦୋଳନକୁ ସଫଳ କରିବାକୁ କଂଗ୍ରେସର ନିବେଦନ - gajapati congress pressmeet

ଆସନ୍ତା ୧୪ରେ ହେବାକୁ ଥିବା କୃଷକ ଆନ୍ଦୋଳନକୁ ସଫଳ କରିବାକୁ ଗଜପତିରେ କଂଗ୍ରେସର ନିବେଦନ । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନକୁ ସଫଳ କରିବାକୁ କଂଗ୍ରେସର ନିବେଦନ

author img

By

Published : Dec 12, 2020, 9:51 PM IST

Updated : Dec 12, 2020, 10:16 PM IST

ଗଜପତି: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଜନ ସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଜିଲ୍ଲା କଂଗ୍ରେସ କମିଟି କାଯ୍ୟାଳୟରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁ ଯୋଗଦେଇ କୃଷକ ଆନ୍ଦୋଳନ ବାବଦରେ ଲୋକଙ୍କୁ ସୂଚନା ଦେଇଥିଲେ ।

ଆସନ୍ତା 14ରେ କୃଷକ ଆନ୍ଦୋଳନକୁ ସଫଳ କରିବାକୁ କଂଗ୍ରେସର ନିବେଦନ

ତେବେ ଆସନ୍ତା ଡିସେମ୍ବର ୧୪ ତାରିଖରେ ପ୍ରତ୍ୟେକ ଜିଲ୍ଲାରେ ହେବାକୁ ଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ସମସ୍ତଙ୍କୁ ନିବେଦନ କରାଯାଇଛି । କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ରାଜ୍ୟ ସରକାର ଧାନର ସବନିମ୍ନ ସହାୟକ ମୂଲ୍ୟ ଏବଂ ଏମଏସପି ଅତିରିକ୍ତ ୫ଶହ ଟଙ୍କା ବୋନସ ପ୍ରଦାନ କରିବାକୁ ଦାବି କରାଯାଇଛି । ଏଥିସହ ଆସନ୍ତା ଡିସେମ୍ବର ୧୫ ରୁ ଗଜପତି ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବି କରିଛି କଂଗ୍ରେସ । ଦେଶର ଜିଡିପି ବୃଦ୍ଧିରେ କୃଷକମାନଙ୍କର ମୁଖ୍ୟ ଭୂମିକା ଥିବାବେଳେ କୃଷକମାନଙ୍କୁ କାହିଁକି ଅବହେଳା କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି ।

ବିମୁଦ୍ରୀକରଣ, ଜିଏସଟି ନାମରେ ବିରାଟ ଠକେଇ, ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ପରେ ଏବେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ଫାଇଦା ପାଇଁ ଚାଷୀ ମାନଙ୍କୁ ସର୍ବସାନ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ହୀନ ଷଡଯନ୍ତ୍ର କରିଛନ୍ତି ବୋଲି ଲୋକସଭା ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା, ଗଞ୍ଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ, ଶିବରାମ ପାତ୍ର, କୁନା ମାଝୀ, ଛାତ୍ରନେତା ପତିତ ଗନ୍ତାୟତ, ତଥସତ ସୁବୁଦ୍ଦି, ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 12, 2020, 10:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.