ETV Bharat / state

ଗଜପତିର ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା - gajapati collector review covid situation

ଗଜପତି ଜିଲ୍ଲାରେ ମଧ୍ୟ ସଂକ୍ରମଣ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏନେଇ କୋରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ତେବେ ରବିବାର ଦିନ ଜିଲ୍ଲାପାଳ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

collector visit different areas in gajapati
ଗଜପତିର ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାପାଳଙ୍କ ସ୍ଥିତି ସମୀକ୍ଷା
author img

By

Published : Jan 10, 2022, 2:15 PM IST

ଗଜପତି: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଗଜପତି ଜିଲ୍ଲାରେ ମଧ୍ୟ ସଂକ୍ରମଣ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ତେଣୁ କୋରୋନା ନିୟମକୁ ମାନିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହ ସରକାରଙ୍କ ଦ୍ବାରା ଜାରି ହୋଇଥିବା କୋରୋନା ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏନେଇ ଜିଲ୍ଲାପାଳ ରବିବାର ଦିନ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ଗତ ରବିବାର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି । ଏଥିସହ ସମସ୍ତ ୧୬ଟି ଯାକ ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବେଶ ପଥରେ ଜିଲ୍ଲାକୁ ଆସୁଥିବା ଲୋକଙ୍କ କୋଭିଡ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେଉଛି । ତେବେ ଆସନ୍ତାକାଲି ସୁଦ୍ଧା ଆଉ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

collector visit different areas in gajapati

ସେହିପରି ଜିଲ୍ଲାର ଉଭୟ ବେତାଗୁଡ଼ା ଏବଂ ମୋହନା ଠାରେ ଥିବା କୋଭିଡ୍ କେୟାର ସେଣ୍ଟର ମଧ୍ୟ ଖୋଲାଯାଇଛି । ସବୁ ହସ୍ପିଟାଲରେ ଆବଶ୍ୟକ ପରିମାଣର ଅକ୍ସିଜେନ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ସମସ୍ତ ଅଞ୍ଚଳର ପ୍ରବେଶ ପଥରେ ୨୪ ଘଣ୍ଟିଆ ଡ୍ୟୁଟି ପାଇଁ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହ ରାତ୍ରୀ କାଳୀନ କର୍ଫ୍ୟୁକୁ ପାଳନ କରିବାରେ ସହଯୋଗ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କୋଭିଡ୍ ନିୟମ ଭାଙ୍ଗିଲେ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଚେତବନୀ ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.