ETV Bharat / state

LAccMI Bus Scheme: ଗଜପତିରେ ଗଡିଲା ଲକ୍ଷ୍ମୀ ବସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 20, 2023, 6:09 PM IST

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ଘରୋଇ ମାଲିକ ସଂଘ ଆନ୍ଦୋଳନ କରୁଥିବା ବେଳେ ଗଜପତିରେ ଗଡ଼ିଛି ଲକ୍ଷ୍ମୀ ବସ୍‌ । ଏନେଇ ଭିସି ମାଧ୍ୟମରେ ଗଜପତିର ପାରଳାଖେମୁଣ୍ଡି ଠାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଗଜପତିରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଜପତି: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ଘରୋଇ ମାଲିକ ସଂଘ ଆନ୍ଦୋଳନ କରୁଥିବା ବେଳେ ଗଜପତିରେ ଗଡ଼ିଛି ଲକ୍ଷ୍ମୀ ବସ୍‌ । ଗାଁ ଲୋକଙ୍କୁ ପଞ୍ଚାୟତ, ବ୍ଲକ ଏବଂ ଜିଲା ସଦରମହକୁମା ଯାଏଁ ଗମନାଗମନର ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ଦ୍ବାରା ଏହି ଯୋଜନାକୁ ଆରମ୍ଭ କରାଯାଇଛି । ଏନେଇ ଭିସି ମାଧ୍ୟମରେ ଗଜପତିର ପାରଳାଖେମୁଣ୍ଡି ଠାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦୁର୍ଗମ ତଥା ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଗମନାଗମନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଲକ୍ଷ୍ମୀ ବସ୍ ଯୋଜନା । ଗାଁ ଲୋକଙ୍କୁ ପଞ୍ଚାୟତ, ବ୍ଲକ ଏବଂ ଜିଲା ସଦରମହକୁମା ଯାଏଁ ଗମନାଗମନର ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ନେଇ ପରିକଳ୍ପିତ ଏହି ଯୋଜନା ଶୁକ୍ରବାର ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି । ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉଦଘାଟନୀ ସମାବେଶରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ଯୋଜନାକୁ ଲୋକାର୍ପିତ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଲକ୍ଷ୍ମୀ ବସ୍ ଯୋଜନା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଯୋଜନା । ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ଗମନା ଗମନର ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ କେବଳ ରାଜନୀତି କରୁଛନ୍ତି । ଘରୋଇ ମାଲିକ ସଂଘ ସବୁ ବେଳେ ସରକାରଙ୍କୁ ସାହଯ୍ୟ କରି ଆସିଛନ୍ତି । ସରକାରଙ୍କର ମଧ୍ୟ ସେମାନଙ୍କ ପ୍ରତି ସହଯୋଗ ଅଛି । ଆମେ ମିଳିତ ଭାବରେ ଆଲୋଚନା କରି ସମସ୍ୟାର ସମାଧାନ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ.....ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ଏହି ଯୋଜନା ମାଧ୍ୟମରେ ଗଜପତି ଜିଲାକୁ ୩୬ଟି ବସ୍ ଆସିଛି । ସେଥି ମଧ୍ୟରୁ ପ୍ରଥମ ଦଫାରେ ୨୯ଟି ବସ୍ ବିଭିନ୍ନ ରୁଟରେ ଚଳାଚଳ କରିବ । ପରବର୍ତ୍ତୀ ସମୟରେ ଅନ୍ୟ ୭ଟି ବସ୍ ପାଇଁ ରୁଟ୍ ନିର୍ଦ୍ଧାରଣ କରାଯିବ ବୋଲି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଜିଲାର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହାସହ ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରାୟ ୧୦ ହଜାରରୁ ଅଧିକ ଲୋକେ ସାମିଲ ହୋଇଥିଲେ । ସେପଟେ ଏହି ଯୋଜନା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଗମନାଗମନ ସୁବିଧା ଯୋଗାଇଦେବ ବୋଲି କହିଛନ୍ତି ସାଧାରଣ ଲୋକେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.