ଗଜପତି: ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ । ଛେଳିଗଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସମେତ ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ । ତାଙ୍କ ସହିତ ଜଳସେଚନ ବିଭାଗର ସଚିବ ଅନୁ ଗର୍ଗ ମଧ୍ୟ ଉପସ୍ଥିତ ଅଛନ୍ତି ।
ସକାଳ ୭.୪୦ରେ ହେଲିକପ୍ଟରରେ କୁଆଁପଡ଼ା ଗାଁ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ ପରେ ନିର୍ମାଣାଧୀନ ଟନେଲକୁ ଯାଇଥିଲେ l ଆସନ୍ତା 2024 ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ନିର୍ମାଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର 6260 ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି କହିଛନ୍ତି ଶାସନ ସଚିବ । 12 ଶହ ମିଟର ଟନେଲ କାମ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରାୟ 2 ଶହ ମିଟର କାମ ସରିଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଟନେଲ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଡ୍ୟାମ କାମ ନସରିଥିଲେ ମଧ୍ୟ ଟନେଲ କାମ ସରିଲେ ଖୁବ୍ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ