ETV Bharat / state

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାପ୍ତ ଠକିଥିବା ଅଭିଯୋଗ: ଉପଜିଲ୍ଲାପାଳ କହିଲେ ତଦନ୍ତ ହେବ

ପାରଳାଖେମୁଣ୍ଡିରେ ରଥଯାତ୍ରା ଖୁବ ଧୁମଧାମରେ ପାଳନ କରାଇଥିବା ବେଳେ ସେଠାରେ ମେଳା ଆଦି ପାଇଁ ୨୨ ଲକ୍ଷରୁ ଅଧିକ ଟଙ୍କାରେ ଗୁଣ୍ଡିଚା ପଡିଆର ନିଲାମ ନେଇଥଇଲେ କୃଷ୍ଣଚନ୍ଦ୍ର ବକ୍ସି । ହେଲେ ସେଠାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ଉପାୟରେ ଅଧିକ ଟଙ୍କା ଚାର୍ଜ କରି ଠକିଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁମାନେ । ଅଧିକ ପଢନ୍ତୁ

author img

By

Published : Jul 8, 2022, 5:27 PM IST

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାପ୍ତ ଠକିଥିବା ଅଭିଯୋଗ: ଉପଜିଲ୍ଲାପାଳ କହିଲେ ତଦନ୍ତ ହେବ
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ପର୍ଯ୍ୟାପ୍ତ ଠକିଥିବା ଅଭିଯୋଗ: ଉପଜିଲ୍ଲାପାଳ କହିଲେ ତଦନ୍ତ ହେବ

ଗଜପତି: ଜିଲ୍ଲାର ପାରଳାଖେମୁଣ୍ଡିରେ ରଥଯାତ୍ରା ଖୁବ ଧୁମଧାମରେ ପାଳନ କରାଯାଇଛି । ଏହି ସମୟରେ ହେଉଥିବା ଭିଡକୁ ଦେଖି ଏଠାରେ ବିଭିନ୍ନ ଦୋକାନ ବଜର ଖୋଲିବା ସହ ମୀନା ବଜାର ମଧ୍ୟ ପଡିଥାଏ । ପାରଳାଖେମୁଣ୍ଡି ରଥଯାତ୍ରା କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟେଣ୍ଡର କରାଯାଇଛି । ୨୨ ଲକ୍ଷରୁ ଅଧିକ ଟଙ୍କାରେ ଗୁଣ୍ଡିଚା ପଡିଆର ନିଲାମ ନେଇଛନ୍ତି କୃଷ୍ଣଚନ୍ଦ୍ର ବକ୍ସି । ତେବେ ଚଳିତ ବର୍ଷ ପ୍ରଶାସନର ସବୁ ନିୟମକୁ ବେଖାତିର କରି ନିଲାମଧାରୀ ମୀନା ବଜାର ମାଧ୍ୟମରେ ଲୋକଙ୍କୁ ମନଇଚ୍ଛା ଲୁଟୁଥିବା ଅଭିଯୋଗ ହୋଇଛି । ସେପଟେ ରଥଯାତ୍ରା କମିଟିର ସମ୍ପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି ।

ପାରଳାଖେମୁଣ୍ଡି ଗୁଣ୍ଡିଚା ପଡିଆର ନିଲାମ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଦରଖାସ୍ତ ଆହ୍ବାନ ସମୟରେ ରାମଦୋଳି, ମୌତକା କୁଆଁ, ଡ୍ରଗାନ୍, ବ୍ରେକ୍ ଡ୍ୟାନ୍ସ, ମ୍ୟାଜିକ୍ ସୋ ଆଦି ଲଗାଇବା ପାଇଁ ଅନୁମତି ରହିଥିଲା । ଏହି ସମସ୍ତ ଖେଳରେ ବଡମାନଙ୍କ ପାଇଁ ୫୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ୨୦ ଟଙ୍କା ଲେଖାଏଁ ମୂଲ୍ୟ ନେବାକୁ ଏଥିରେ ଉଲ୍ଲେଖ ରହିଥିଲା । ହେଲେ ଏସବୁକୁ ନିଲାମଧାରୀ ଖୋଲାଖୋଲି ଉଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ଟେଣ୍ଡର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଯେଉଁ ଖେଳର ତାଲିକା ରହିଥିଲା ତାବାଦ୍‌ ରେଞ୍ଜର ନାମକ ଏକ ଖେଳ ଲଗା ହୋଇଛି । ଯଦିଓ ଏହା ଗୁଣ୍ଡିଚା ପଡିଆରେ ନଲଗାଇ ଚାଲାକି କରି ନିକଟସ୍ଥ ହନୁମାନ ମନ୍ଦିର ପରିସରରେ ଲଗାଯାଇଛି । କିନ୍ତୁ, ସବୁଠାରୁ ବିପଦପୂର୍ଣ୍ଣ ଏହି ଖେଳ ଲଗାଇବା ପାଇଁ ଅନୁମତି ମାଗିଲା କିଏ ଏବଂ ଦେଲା କିଏ ତାହାହିଁ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଭିନ୍ନ ମେଟ୍ରୋ ସିଟିରେ ରହିଥିବା ଏହି ଖେଳରେ ଏୟାର ଲକ୍ ଭଳି ସତର୍କତା ମୂଳକୁ ପଦକ୍ଷେପ ନିଆଯାଉଥିବା ବେଳେ ଏଠାରେ ତାହା ନାହିଁ । ସେହିପରି ସବୁ ଖେଳରେ ବଡମାନଙ୍କ ପାଇଁ ୫ ଟଙ୍କା ନିଆଯାଉଥିବା ବେଳେ ଏହି ଖେଳରେ ପ୍ରତି ଲୋକ ପିଛା ଶହେ ଟଙ୍କା ନିଆଯାଉଛି । ସେହିପରି ପ୍ରତି ଖେଳରେ ପିଲାଙ୍କ ପାଇଁ ୨୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏହା ପାଳନ ହେଉନାହିଁ । ତେଣୁ, ଲୋକେ ସାଙ୍ଗରେ ନେଇଥିବା ପିଲାଙ୍କ ପାଇଁ ମଧ୍ୟ ୫୦ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ତେବେ ରଥଯାତ୍ରାରେ ଏଭଳି ଖୋଲାଖୋଲି ଲୁଟ୍ ହେଉଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାତ୍ରା ପଡିଆରେ କେବଳ ଦର ତାଲିକା ଲଗାଇ ଦେଇ ନିଜ ଦାୟିତ୍ବ ସାରିଦେଇଛି ପ୍ରଶାସନ । ଏନେଇ ରଥଯାତ୍ରା କମିଟିର ସମ୍ପାଦକ ତଥା ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଦାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଭଳି ଅଭିଯୋଗ ସମ୍ପର୍କରେ ସେ ଏବେ ଜାଣିଲେ । ତେଣୁ ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ରଥଯାତ୍ରାରେ ଠାକୁରଙ୍କ ଦର୍ଶନ କରିବା ସହ ସେଠାରେ ଲାଗିଥିବା ମୀନା ବଜାରର ମଜା ଉଠାଇବା ପାଇଁ ଲୋକଙ୍କ ଭିଡ ଜମିଥାଏ । ତେବେ ଲୋକଙ୍କ ଏହି ଉତ୍ସାହର ଫାଇଦା ନେଇ ଲୁଟ୍ କରିବା ଭଳି ସଂଗୀନ ଅଭିଯୋଗର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.