ETV Bharat / state

ବିବାଦୀୟ ମାଣିକପାଟଣାରେ ବିଜେପି ପ୍ରତିନିଧି ଦଳ, ଛତ୍ରଭଙ୍ଗ ଦେଲେ ଆନ୍ଧ୍ର ଅଧିକାରୀ - bjp team visit in gajapati district

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଗସ୍ତ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ସାମିଲ ଅଛନ୍ତି ।

ମାଣିକପାଟଣା ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ
ମାଣିକପାଟଣା ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ
author img

By

Published : Feb 12, 2021, 8:15 PM IST

ଗଜପତି: ସୀମାବର୍ତ୍ତୀ ଗଜପତି ଜିଲ୍ଲା ମାଣିକପାଟଣା ଅଞ୍ଚଳ ଗସ୍ତ କରିଛି ବିଜେପି ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଗସ୍ତ କରିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା ଭୃଗୁ ବକ୍ସିପାତ୍ର ଏବଂ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରମୁଖ ସାମିଲ ଅଛନ୍ତି ।

ମାଣିକପାଟଣା ଅଞ୍ଚଳରେ ବିଜେପି ପ୍ରତିନିଧି ଦଳ

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବଡ ପଞ୍ଚାୟତର ମାଣିକପାଟଣା, ଗୁଡିଖୁଡି, ମାଧିଆଖୋଲ, ବୁରୁଷିଙ୍ଗି, ଅମରିଙ୍ଗି ଏବଂ ଆଖଡ଼ା ଆଦି ୬ଟି ଗାଁରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ଷଡ଼ଯନ୍ତ୍ର କରିଛି।

ବିଜେପି ପ୍ରତିନିଧି ଦଳ ଗାଁରେ ପହଞ୍ଚିବା ସମୟରେ ଆନ୍ଧ୍ର ପ୍ରଶାସନର କିଛି ଅଧିକାରୀ ମାଣିକପାଟଣା ଗାଁରେ ଉପସ୍ଥିତ ଥିଲେ। ସେମାନଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରି ଯୁଗ୍ମ ସର୍ଭେ ମ୍ୟାପ ମାଗିଥିଲେ। ଏହି ମ୍ୟାପକୁ ଓଡ଼ିଶାର ଅଧିକାରୀ ଦେଖାଇ ଥିବାବେଳେ ଆନ୍ଧ୍ରପ୍ରଦେଶର ଅଧିକାରୀ ଏହାକୁ ଦେଖାଇ ନପାରି ପଛଘୁଞ୍ଚା ଦେଇ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଆନ୍ଧ୍ରପ୍ରଦେଶ ଅଫିସରମାନେ ଆଡ୍ଡା ଜମାଇ , ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଉଥିବା ଜଣାପଡିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.