ETV Bharat / state

ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା BKMU - worker protest in gajapati district

ଗଜପତି ଜିଲ୍ଲାରେ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଭାରତୀୟ କ୍ଷେତ ମଜଦୁର ସଂଘ(BKMU) । ଅଧିକ ପଢନ୍ତୁ...

ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା BKMU

author img

By

Published : Aug 10, 2021, 7:20 AM IST

ଗଜପତି: ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଭାରତୀୟ କ୍ଷେତ ମଜଦୁର ସଂଘ(BJMU) । ଶ୍ରମିକ ଏବଂ କୃଷକ ବିରୋଧୀ ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା, ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା, ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ମାଗଣା କୋଭିଡ ଟିକା ପ୍ରଦାନ କରିବା, ଗରିବଙ୍କୁ ୬ମାସ ପାଇଁ ମାସିକ ୭ହଜାର ୫ଶହ ଟଙ୍କା ଏବଂ ୧୦ କିଲୋ ଚାଉଳ ପ୍ରଦାନ କରିବା, ସରକାରୀ – ବିଦ ଉଦ୍ଯୋଗକୁ ଘରୋଇକରଣ ନିଷ୍ପତ୍ତି ବନ୍ଦ କରିବା, ପ୍ରତ୍ୟେକ କୋଭିଡ ଯୋଦ୍ଧାଙ୍କ ପାଇଁ ୫୦ଲକ୍ଷ ଟଙ୍କା ବୀମା ରାଶି ଘୋଷଣା କରିବା ଆଦି ୧୧ଦଫା ଦାବି କରିଛି BKMU । ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା BKMU

BJMU ନେତା ଜେନ୍ନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଟିୟୁସି, ସିଆଇଟିୟୁ, ଏଆଇକେଏସ ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ସାମିଲ ହୋଇଥିଲେ । ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.