ETV Bharat / state

ନିର୍ବାଚନ ପୂର୍ବରୁ ଶାହଙ୍କ ଓଡିଶା ଗସ୍ତ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର

ସୋମବାର ଦିନିକିଆ ଗଜପତି ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏହି ଗସ୍ତ ସମୟରେ କାଶୀନଗର ସିଧାମଡଙ୍ଗ ଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

author img

By

Published : Apr 1, 2019, 1:25 AM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଗଜପତି: ସୋମବାର ଦିନିକିଆ ଗଜପତି ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏହି ଗସ୍ତ ସମୟରେ କାଶୀନଗର ସିଧାମଡଙ୍ଗ ଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମୋଦର ରାଉତ ଏବଂ ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ଭଳି ଦଳର ଅନେକ ହେଭିୱେଟ ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଭିଡିୋ ସୌଜନ୍ୟ- ପ୍ରତିନିଧି, ଗଜପତି

ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଓଗାଳିବେ । କେନ୍ଦ୍ରରେ ପୁନଃମୋଦି ସରକାର ଏବଂ ରାଜ୍ୟରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇ ଲୋକଙ୍କୁ ଭୋଟ ମାଗିବେ । ସଭାରେ ବିଭିନ୍ନ ସ୍ଥାନରୁ ପ୍ରାୟ 50 ହଜାର ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେପଟେ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିସହିତ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

ଅମିତ ଶାହା ସମେତ ଏକାଧିକ ହେଭିୱେଟ ନେତା ଏହି ଗସ୍ତରେ ଆସୁଥିବାବେଳେ 3ଟି ହେଲିକପ୍ଟର ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ହେଲିପେଡ୍ ପ୍ରସ୍ତୁତ କରାଯାଇଛି । ତେବେ ଅମିତ୍ ଶାହଙ୍କ ପାଇଁ ଜେଡ୍ ପ୍ଲସ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବାବେଳେ ତାଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ଓଡିଶାର ବିଜେପିର ଏହି ସମାବେଶ ଲୋକଙ୍କ ଉପରେ କି ପ୍ରଭାବ ପକାଇବ, ତାହା ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ଗଜପତି: ଆସନ୍ତାକାଲି(ସୋମବାର) ଦିନିକିଆ ଗଜପତି ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏହି ଗସ୍ତ ସମୟରେ କାଶୀନଗର ସିଧାମଡଙ୍ଗ ଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।  ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମୋଦର ରାଉତ ଏବଂ ଓଡିଶା ପ୍ରଭାରୀ ଅରୁଣ ସିଂଙ୍କ ଭଳି ଦଳର ଅନେକ ହେବିୱେଟ ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉପସ୍ଥିତ ନେତାମାନେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଓଗାଳିବେ । କେନ୍ଦ୍ରରେ ପୁନଃମୋଦି ସରକାର ଏବଂ ରାଜ୍ୟରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇ ଲୋକଙ୍କୁ ଭୋଟ ମାଗିବେ । ସଭାରେ ବିଭିନ୍ନ ସ୍ଥାନରୁ ପ୍ରାୟ 50 ହଜାର ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି  । ସେପଟେ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିସହିତ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି ସାରା ଶର୍ମା ସୂଚନା ଦେଇଛନ୍ତି ।

ଅମିତ ଶାହା ସମେତ ଏକାଧିକ ହେବିୱେଟ ନେତା ଏହି ଗସ୍ତରେ ଆସୁଥିବାବେଳେ 3ଟି ହେଲିକପ୍ଟର ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ହେଲିପେଡ୍ ପ୍ରସ୍ତୁତ କରାଯାଇଛି । ତେବେ ଅମିତ୍ ଶାହଙ୍କ ପାଇଁ ଜେଡ୍ ପ୍ଲସ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଥିବାବେଳେ ତାଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ । ଓଡିଶାର ବିଜେପିର ଏହି ସମାବେଶ ଲୋକଙ୍କ ଉପରେ କି ପ୍ରଭାବ ପକାଇବ, ତାହା ଭୋଟ ଗଣତି ପରେ ହିଁ ସ୍ପଷ୍ଟ ହେବ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.