ETV Bharat / state

ଆଜି ଆସୁଛନ୍ତି ଜଗନ, ଆନ୍ଧ୍ର ମନ୍ତ୍ରୀ କହିଲେ ଶୀଘ୍ର ହେଉ ସୀମା ବିବାଦ ସମାଧାନ

author img

By

Published : Nov 9, 2021, 3:46 PM IST

ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ । ତାଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପଲା ରାଜୁ । ଅଧିକ ପଢନ୍ତୁ...

AP minister apala raju reaction on Cm Jagan Mohan reddy odisha visit
ଜଗନମୋହନ ରେଡ୍ଡୀଙ୍କ ଓଡିଶା ଗସ୍ତ ନେଇ ଆନ୍ଧ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା

ପାରଳାଖେମୁଣ୍ଡି: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀ । ତାଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରିଖିଛନ୍ତି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପଲା ରାଜୁ । ଓଡିଶା ଓ ଆନ୍ଧ୍ର ମଧ୍ୟରେ ରହିଥିବା ବିବାଦ ସମାଧାନ ହେବା ନେଇ ଆଶା ପ୍ରକାଶ କରିଛନ୍ତି ।

ପାରଳାଖେମୁଣ୍ଡି ନିକଟସ୍ଥ ଆନ୍ଧ୍ରର ପୁରୁଣାପାଟଣାରେ ବିଧାୟିକା ରେଡ୍ଡୀ ଶାନ୍ତିଙ୍କ ଝିଅ ବାହାଘର ଭୋଜିରେ ଯୋଗଦେବା ପାଇଁ ଆସିଥିଲେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଆପଲା ରାଜୁ । ଏହି ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତ ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଆପୋଷ ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ।

ତାଙ୍କ ସହ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ(ରାଜସ୍ବ) ଧର୍ମାନା ପ୍ରସାଦ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ବିଶେଷ କରି ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନରୁ ରହିଥିବା ସମସ୍ୟା ନେରେଡି ବ୍ୟାରେଜ, ପୋଲାଭରମ ଡ୍ୟାମ, କୋଟିଆ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯିବା ସମ୍ଭାବନା ରହିଛି।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.