ETV Bharat / state

ଗଜପତିରେ କମୁଛି କୋରୋନା ସଂକ୍ରମଣ, ସେରୋ ସର୍ଭେ ରିପୋର୍ଟ ଆଶ୍ବସ୍ଥିକର - ଗଜପତି ଜିଲ୍ଲାପାଳ ଅନୁପମ ଶାହା

ପ୍ରଶାସନର କଡା ନିୟମ ଏବଂ ସାଧାରଣ ଲୋକଙ୍କ ସହଯୋଗ ଯୋଗୁଁ, ଗଜପତି ଜିଲ୍ଲାରେ କୋରୋନା ସଂକ୍ରମଣରେ ବ୍ରେକ ଲାଗିପାରିଥିବା ବୁଦ୍ଧିଜୀବୀ କହିଛନ୍ତି ।

anti body devloped in 65 percent people of Gajapati: Serological survey reports
ଗଜପତିରେ କମୁଛି କୋରୋନା ସଂକ୍ରମଣ, ସେରୋ ସର୍ଭେ ରିପୋର୍ଟ ଆଶ୍ବସ୍ଥିକର
author img

By

Published : Oct 6, 2020, 7:48 PM IST

Updated : Oct 6, 2020, 9:40 PM IST

ଗଜପତି: କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତାରେ ଥିବା ବେଳେ ଗଜପତି ଜିଲ୍ଲାରୁ ଆସିଛି ଆଶ୍ବସ୍ତିକର ଖବର । ଜିଲ୍ଲାରେ କରାଯାଇଥିବା ସେରୋଲୋଜିକାଲ ସର୍ଭେର ରିପୋର୍ଟ ଆଶ୍ବସ୍ଥିକର ହୋଇଛି । ପ୍ରାୟ 65 ପ୍ରତିଶତ ଲୋକଙ୍କ ଦେହରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଏହା କହିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା । ଏଭଳି ଖବର ଶୁଣିବା ପରେ ସାଧାରଣ ଲୋକେ କୋରୋନା ବିରୋଧୀ ଲଢେଇରେ କିଛି ମାତ୍ରାରେ ବିଜୟୀ ହୋଇଥିବା ଅନୁଭବ କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନର କଡା ନିୟମ ଏବଂ ସାଧାରଣ ଲୋକଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

ଗଜପତିରେ କମୁଛି କୋରୋନା ସଂକ୍ରମଣ, ସେରୋ ସର୍ଭେ ରିପୋର୍ଟ ଆଶ୍ବସ୍ଥିକର

ଗଜପତି ଜିଲ୍ଲା ମେ ମାସ 22 ପର୍ଯ୍ୟନ୍ତ କୋରୋନା ମୁକ୍ତ ହୋଇ ରହିଥିଲା । 23 ତାରିଖରେ ପ୍ରଥମ କୋରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ହୁ ହୁ ହୋଇ ବଢିଥିଲା ସଂକ୍ରମିତଙ୍କ ସଂଖ୍ୟା । ବିଶେଷ କରି ଜୁଲାଇ ଏବଂ ଅଗଷ୍ଟ ମାସରେ ସ୍ଥିତି ଚିନ୍ତା ଜନକ ରହିଥିଲା । ମେ ମାସରେ 36ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁନ୍ ମାସରେ 401ଜଣ । ଜୁଲାଇରେ 965, ଅଗଷ୍ଟରେ 1443ଜଣ ଚିହ୍ନଟ ହୋଇଥିଲେ । କିନ୍ତୁ ସେପ୍ଟେମ୍ବର ମାସରେ ସଂଖ୍ୟା କମିଥିଲା । ମାତ୍ର 707ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଆକ୍ରାନ୍ତଙ୍କ ସଂଖ୍ୟା କମିବାର କାରଣ ଜାଣିବା ପାଇଁ ପାରଳାଖେମୁଣ୍ଡି ପୌରାଞ୍ଚଳରେ ସେପ୍ଟେମ୍ବର 15ରୁ 18ତାରିଖ ଯାଏଁ କରାଯାଇଥିଲା ସେରୋଲୋଜିକାଲ ସର୍ଭେ । ଏହାର ରିପୋର୍ଟ ଏବେ ପ୍ରକାଶ ପାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ପାରଳାଖେମୁଣ୍ଡିର ପ୍ରାୟ 65ପ୍ରତିଶତ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ରହିଥିବା ଜିଲ୍ଲାପାଳ କହିଛନ୍ତି । ପ୍ରାୟ 15ଶହ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଏହି ସର୍ଭେ କରାଯାଇଥିଲା । ସେହିପରି କୋରୋନା ଯୋଦ୍ଧାଙ୍କ ମଧ୍ୟରେ ପୁଲିସ କର୍ମଚାରୀଙ୍କ ଠାରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥିବା ଜଣାପଡିଛି ।

ପ୍ରାୟ 66 ପ୍ରତିଶତ ମହିଳା ଏବଂ 44ପ୍ରତିଶତ ପୁରୁଷଙ୍କ ଠାରେ ଏହି ଶକ୍ତି ରହିଥିବା ରିପୋର୍ଟରେ ଆସିଥିବା ଜିଲ୍ଲାପାଳ କହିଛନ୍ତି । ସେହିପରି ସହରର 2ନମ୍ବର ୱାର୍ଡରେ ସବୁଠାରୁ କମ୍ 44ପ୍ରତିଶତ ଲୋକଙ୍କ ଠାରେ ଓ ୱାର୍ଡ ନମ୍ବର 12ରେ ସବୁଠାରୁ ଅଧିକ 92ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ଡେଭଲପ ହୋଇଛି । ସାଧାରଣ ଲୋକଙ୍କ ସହଯୋଗ ପାଇଁ ଏହା ସମ୍ଭବ ହୋଇପାରିଥିବା କହିଛନ୍ତି ଜିଲ୍ଲାପାଳ।

ସେରୋଲୋଜିକାଲ୍ ସର୍ଭେ ରିପୋର୍ଟ କେବଳ ପ୍ରଶାସନକୁ ଆଶ୍ବସ୍ତ କରିଛି ତାହା ନୁହେଁ, ବରଂ ଜିଲ୍ଲାର ସାଧାରଣ ଲୋକଙ୍କ ଚିନ୍ତାକୁ ମଧ୍ୟ କମ କରିଛି । ବର୍ତ୍ତମାନ କୋରୋନାକୁ ନେଇ ସେଭଳି କୌଣସି ଭୟ କରିବା ଆବଶ୍ୟକତା ନଥିବା ଲୋକେ ଅନୁଭବ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି ସତ, ମାତ୍ର ଏବେବି ସମସ୍ତ ନିୟମ ମାନି ଚଳିବାର ଆବଶ୍ୟକତା ରହିଛି । ଫଳରେ କୋରୋନାକୁ ସଂପୂର୍ଣ୍ଣ ହରାଇ ହେବ ବୋଲି ଜିଲ୍ଲା ପ୍ରଶାସନ କହିବା ସହ ସମସ୍ତଙ୍କୁ ନିୟମ ପାଳନ ପାଇଁ ଆହ୍ଵାନ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Oct 6, 2020, 9:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.