ETV Bharat / state

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା - ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କ ଦ୍ବାରା ଚିକିତ୍ସା କାରଣରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

allegation of child death due to negligence of treatment in paralakhemundi
ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା
author img

By

Published : Oct 11, 2022, 11:40 AM IST

Updated : Oct 11, 2022, 7:19 PM IST

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯାଗ କରି ପରିବାର ଚିକିତ୍ସାଳୟରେ ପାଟିତୁଣ୍ଡ କରିଛନ୍ତି । ଦୀର୍ଘ ୨ଘଣ୍ଟା ଧରି ଏଭଳି ଉତ୍ତେଜନା ଲାଗି ରହିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଜଣାପଡ଼ିଛି ।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ଗୋଷାଣୀ ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମର ଅନୀଲ କୁମାର ବିଷୋୟୀଙ୍କ ୬ବର୍ଷର ପୁଅ ଆୟୁଷକୁ ସୋମବାର ରାତିରେ ହଠାତ ଜ୍ବର ହେବା ସହ ପେଟବ୍ୟଥା ହୋଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଗୁରାଣ୍ଡି ଗାଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତରଙ୍କ ଦେଖା ମିଳିନଥିଲା । ସେଠାରେ ରାତିରେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ ଏନେଇ ଡାକ୍ତରଙ୍କୁ ଜଣାଇଥିଲେ । ତଥାପି ଡାକ୍ତର ଆସିବା ବଦଳରେ ସୁରକ୍ଷାକର୍ମୀଙ୍କ ହ୍ବାଟ୍ସଆପକୁ ଔଷଧ ଚିଠା ପଠାଇ ଦେଇ ନିଜର କର୍ତ୍ତବ୍ୟ ସାରିଦେଇଥିଲେ । ଅନ୍ୟ କୌଣସି ଉପାୟ ନଥିବାରୁ ସେହି ଔଷଧ ଦେଇଥିଲେ, କିନ୍ତୁ ଜ୍ବର କମିଲା ନାହିଁ ।

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ

ତେଣୁ ପରିବାର ଲାକେ ବାଧ୍ୟ ହୋଇ ରାତି ପ୍ରାୟ ୨ଟା ସମୟରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଏଠାରେ ମଧ୍ୟ ସେହି ସମାନ ଅବସ୍ଥା । ଡାକ୍ତର ନଥିବା ବେଳେ ନର୍ସ ପୀଡି଼ତ ଶିଶୁର ଚିକିତ୍ସା କରିଥିଲେ । ଏହାପରେ ଶିଶୁ ଆଖି ବୁଜିଦେଇଥିଲା । ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଶିଶୁର ମୃତଦେହକୁ ରଖି ଏଥିପାଇଁ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ହଟ୍ଟଗୋଳ କରିଥିଲେ । ଫଳରେ ମଙ୍ଗଳବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ ଧରି ବସିଥିଲେ ।

ଏନେଇ ମୃତ ଶିଶୁର ବାପା କହିଛନ୍ତି, "ପୁଅର ପେଟରେ ଯନ୍ତ୍ରଣା ହେବାରୁ ରାତିରେ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ । କୌଣସି ଡାକ୍ତର ନଥିବାରୁ ଡ୍ୟୁଟିରେ ଥିବା ନର୍ସ ଏକ ଇଞ୍ଜେକ୍ସନ ଲଗାଇଥିଲେ । ଏହାପରେ ହଠାତ ପୁଅର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ନର୍ସଙ୍କୁ ଏ ବାବଦରେ ଜଣାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଫଳରେ ପୁଅର ମୃତ୍ୟୁ ଘଟିଛି ।"

ଏହା ମଧ୍ୟ ପଢ଼ନ୍ତୁ: ନୂଆଗଡ଼ରେ ବିରୁଡ଼ି ଆକ୍ରମଣ, ୧୧ ଆହତ ଜଣେ ଗୁରୁତର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବା ସଂପର୍କରେ ଖବର ପାଇ ସହକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସ୍ଥିତି ସଙ୍ଗୀନ ହେଉଥିବା ନେଇ ଖବର ପାଇବା ପରେ ସିଡିଏମଓ, ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସ୍ଥିତିରେ ସୁଧାର ଆସିଥିଲା । ରାତିରେ ୨ଜଣ ଡାକ୍ତର ଡ୍ୟୁଟିରେ ରହୁଛନ୍ତି, ଗତକାଲି ମଧ୍ୟ ଥିଲେ ।

ହେଲେ ଶିଶୁର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଜାଣିବା ପରେ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଡ୍ୟୁଟିରେ ଥିବା ନର୍ସ ଖବର ଦେଇଥିଲେ । କିନ୍ତୁ ସେ ଆସିବା ପୂର୍ବରୁ ଶିଶୁର ମୃତ୍ୟୁ ହୋଇଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି । ତଥାପି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ଡ. ପ୍ରଦୀପ କୁମାର ପାତ୍ର କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ରର ଅନେକ ଉଦାହରଣ ରହିଛି । ହେଲେ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସା ଅଭାବରୁ ଜଣେ ଶିଶୁର ମୃତ୍ୟୁ ସ୍ବାସ୍ଥ୍ୟ ବିଭାଗର ପାରିବା ପଣିଆ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛି ।

ଇଟିଭି ଭାରତ, ଗଜପତି

Last Updated : Oct 11, 2022, 7:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.