ଗଜପତି: ଗଜପତିରେ ଗୁଲାବର ପ୍ରଭାବ ଦେଖିବାକୁ ମିଳିଛି । ପବନ ସହିତ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ କିଛି ସ୍ଥାନରେ ଗଛ ଡ଼ାଳ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି । ତେବେ ଅନେକ ସ୍ଥାନରେ ଏଭଳି ପରିସ୍ଥିତିରେ କୌଣସି ସ୍ଥାନରେ ଗଛ ପଡ଼ିବା କିମ୍ବା ବିଦ୍ୟୁତ ଖୁଣ୍ଟ ମଧ୍ୟ ପଡ଼ିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୬୪ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି । ଯାହା ଫଳରେ କୌଣସି ପ୍ରତିକୂଳ ପରିସ୍ଥତିରେ ଏହାର ମୁକାବିଲା କରାଯାଇପାରିବ ।
ତତସହିତ ୧୪ଟି ଅଗ୍ନିଶମ ବିଭାଗ ଟିମ୍, ୨ଟି NDRF ଟିମ୍ ମଧ୍ୟ ରହିଛି । ବର୍ତ୍ତମାନ୍ ସୁଦ୍ଧା ୮୦୦୦ ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିବା ମଧ୍ୟ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୂଚନା ଦେଇଛନ୍ତି । କୌଣସି ପରିସ୍ଥିତିରେ ସାଧାରଣ ଜନତାଙ୍କୁ ବାହାରକୁ ନ ବାହାରି ଘରେ ସୁରକ୍ଷିତ ରହିବାକୁ ଅନୁରୋଧ କରାଯାଇଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ