ETV Bharat / state

ସାମ୍ବାଦିକଙ୍କୁ ଧମକ ଦେଇ 3 ଗିରଫ

ଗଜପତି ଜିଲ୍ଲାରେ ସାମ୍ବାଦିକଙ୍କୁ ଧମକ ଦେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଏବଂ 2 ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ । ସାମ୍ବାଦିକଙ୍କୁ ଫୋନରେ ଆସୁଥିଲା ଧମକ ।

author img

By

Published : Jul 21, 2019, 6:11 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଧମକ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ ।

ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଆଳି ଠାରେ ଥିବା ଛାତ୍ରୀ ନିବାସ ବାରଣ୍ଡାରେ ଚାଉଳ ପଡିଥିବା ସମ୍ପର୍କରେ ଖବର ପ୍ରକାଶ କରିଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଚପାଇଦେବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ସମେତ ଅନ୍ୟ 2 ଜଣ ଶିକ୍ଷକଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଗତ 18 ତାରିଖ ଦିନ ଛାତ୍ରୀ ନିବାସ ବାରଣ୍ଡାରେ କିଛି ଚାଉଳ ବସ୍ତା ପଡିଥିବା ଖବର ପାଇ ସେଠାକୁ ଯାଇଥିବା ଛାପା ଗଣମାଧ୍ୟମ ପ୍ରତିନିଧି ଏହାକୁ ଦେଖିଥିଲେ । ଏହାର କାରଣ ଜାଣିବା ପାଇଁ ସ୍କୁଲର ଶିକ୍ଷକଙ୍କୁ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ସମ୍ପର୍କରେ କେହି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ । ପରେ ସାମ୍ବାଦିକ ଜଣକ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଥିଲେ । ଖବର ପ୍ରକାଶ ପାଇବା ପରେ କିଛି ବ୍ୟକ୍ତି ସଂପୃକ୍ତ ପ୍ରତିନିଧିକୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଖବରକୁ ଚାପି ଦେବାପାଇଁ ଉଦ୍ୟମ କରିଥିଲେ ।

ଏ ନେଇ ଶୁକ୍ରବାର ସଂଧ୍ୟାରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଧମକ ଆସିଥିବା ଫୋନ କଲକୁ ଯାଞ୍ଚ କରିବା ସହ ଧମକ ଦେଇଥିବା ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ଏବଂ 2 ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - REPORTER ASSULY
FORMAT - PKG
REPORTER — HARIHARA PATNAIK
PLACE - GAJAPATI
DATE - 21.07.2019
ଆଙ୍କର - କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଧମକ ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରଳାଖେମୁଣ୍ଡି ପୁଲିସ । ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଆଳି ଠାରେ ଥିବା ଛାତ୍ରୀ ନିବାସ ବାରଣ୍ଡାରେ ଚାଉଳ ପଡିଥିବା ସଂମ୍ପର୍କରେ ଖବର ପ୍ରକାଶ କରିଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଚପାଇଦେବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ମାମୀ ସମେତ ଅନ୍ୟ 2 ଜଣ ଶିକ୍ଷକଙ୍କୁ ଗିରଫ କରିଛି । ............
Body:ଭିଓ 01 - ଗତ 18 ତାରିଖ ଦିନ ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଆଳି ଠାରେ ଥିବାଛାତ୍ରୀ ନିବାସ ବାରଣ୍ଡାରେ କିଛି ଚାଉଳ ବସ୍ତା ପଡିଥିବା ଖବର ପାଇ ସେଠାକୁ ଯାଇଥିବା ଖବର କାଗଜର ଗଣମାଧ୍ୟମ ପ୍ରତିନିଧି ଏହାକୁ ଦେଖିଥିଲେ । ଏହାର କାରଣ ଜାଣିବା ପାଇଁ ସ୍କୁଲର ଶିକ୍ଷକଙ୍କୁ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ସମ୍ପର୍କରେ କେହି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ । ଫଳରେ ଏହି ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ କିଛି ବ୍ୟକ୍ତି ସଂପୃକ୍ତ ଗଣମାଧ୍ୟମର ପ୍ରତିନିଧିକୁ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ଖବରକୁ ଚାପି ଦେବାପାଇଁ ଉଦ୍ୟମ କରିଥିଲେ । ଏ ନେଇ ଶୁକ୍ରବାରରରେସଂନ୍ଦ୍ୟାରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟ ମାନେ ଜିଲ୍ଲାପାଳ ଓ ଏସପି ଙ୍କୁ ଭୋଟି ଏ ସଂକ୍ରାନ୍ତରେ ଜଣାଇଥିଲେ । ଅତିଶୀଘ୍ର ଏମାନଙ୍କୁ ଗିରଫ କରାନଗଲେ ସାମ୍ବାଦିକ ମାନେ ଆନ୍ଦୋଳନର ଚେତାବନୀ ଦେଇଥିଲେ । ..............
ବାଇଟ୍ 01 - ରଶ୍ମୀରଞନ ମିଶ୍ର (ଅଭିଯୋଗକାରୀ)
ବାଇଟ୍ 02 - ଦ୍ବିଜେନ୍ଦ୍ରନାଥ ପାଢୀ (ବରିଷ୍ଠ ସାମ୍ବାଦିକ)
ଭିଓ 02 - ପୁଲିସ ଅଭିଯୋଗ ପାଇବା ପରେ ଧମକ ଆସିଥିବା ଫୋନ କଲକୁ ଯାଞ୍ଚ କରିବା ସହ ତଦନ୍ତ କରିଥିଲା । ଏହି ଘଟଣାରେ ସଂପୃକ୍ତି ଥିବା ପ୍ରମାଣ ପାଇବା ପରେ ଆଜି ପାରଳାଖେମୁଣ୍ଡି ପୁଲିସ ଧମକ ଦେଇଥିବା ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ବାମୀ ଏବଂ 2 ଜଣ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ କହିଛନ୍ତି ।...............
ବାଇଟ୍ 03 - ବିବେକାନନ୍ଦ ସ୍ବାୟଁ (ପାରଳାଖେମୁଣ୍ଡି ଥାନା ଅଧିକାରୀ)
Conclusion:ଫାଭିଓ - ସାମ୍ବାଦିକଙ୍କ ଉପରେ ଆକ୍ରମଣ କିଛି ନୂଆଁ କଥା ନୁହେଁ । ବିଭିନ୍ନ ସ୍ଥାନରେ ଏଭଳି ଘଟଣା ବାରମ୍ବାର ଘଟି ଆସୁଛି । ତେଣୁ ଏହା ଉପରେ ସରକାର ଗୁରୁତ୍ବ ଦେଇ ସ୍ବତନ୍ତ୍ର ଆଇନ ଆଣିବା ଜରୁରୀ ହୋଇପଡିଛି । ...................
................. ଗଜପତିରୁ ହରିହର ପଟନାୟକ ଇଟିଭି ଭାରତ................
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.