ଗଜପତି: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ତଥା ସ୍ୱାଧୀନତା ସଂଗ୍ରାମୀ ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ 128ତମ ଜୟନ୍ତୀ ପାଳନ ହୋଇଯାଇଛି । ଜନ୍ମମାଟି ପାରଳାଖେମୁଣ୍ଡିଠାରେ ଗଜପତିଙ୍କ 128ତମ ଜୟନ୍ତୀ ପାଳନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହାକୁ ମହାସମାରୋହରେ ପାଳନ କରାଯାଇଛି ।
ଶୁକ୍ରବାର ସକାଳେ ଜିଲ୍ଲାପାଳ ଅନୁପମ ଶାହାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ବୁଦ୍ଧିଜୀବୀ ମହାରାଜାଙ୍କ ସମାଧୀ ପୀଠରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ମହାରାଜାଙ୍କ ଦାୟଦ କଲ୍ୟାଣୀ ଗଜପତି ମଧ୍ୟ ସେଠାରେ ପହଞ୍ଚି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା ।
ସେହିପରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ମହାରାଜାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଭଳି ସ୍ୱାଭିମାନୀ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ