ETV Bharat / state

ଅବକାରୀ ଜାଲରେ ଜିଲ୍ଲାପରିଷଦ ସଭ୍ୟ, ଘରେ ଚାଲିଥିଲା ନକଲି ମଦ କାରବାର

author img

By

Published : Jan 3, 2023, 1:07 PM IST

ଢେଙ୍କନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ ଠାବ ହୋଇଥିବା ନକଲି ମଦ କାରବାରରେ ନେତା ପୋଲିସ ସାମିଲ ଥିବା ଜଣାପଡିଛି । ଘଟଣାରେ ସମ୍ପୃକ୍ତି ଥିବା ନେଇ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ 3 ଜଣ ଗିରଫ ହୋଇଛନ୍ତି(Zilla Parishad member arrested) । ଅଧିକ ପଢନ୍ତୁ

Zilla Parishad member arrested
ଅବକାରୀ ଜାଲରେ ଜିଲ୍ଲାପରିଷଦ ସଭ୍ୟ, ଘରେ ଚାଲିଥିଲା ନକଲି ମଦ କାରବାର
ଅବକାରୀ ଜାଲରେ ଜିଲ୍ଲାପରିଷଦ ସଭ୍ୟ

ଢେଙ୍କାନାଳ: ଜିଲ୍ଲାରେ ଏକ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି । କାରବାରରେ ଜଡ଼ିତ ଅଛନ୍ତି ବଡ ବଡିଆ । ଢେଙ୍କନାଳ ଜିଲ୍ଲା ଭୁବନ ଏକତାଳି ଗ୍ରାମରେ ଠାବ ହୋଇଥିବା ନକଲି ମଦ କାରବାରରେ ନେତା ପୋଲିସ ସାମିଲ ଥିବା ଜଣାପଡିଛି । ଅବକାରୀ ସ୍କ୍ବାଡ୍‌ର ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସୁବାଷ ମାଝୀ, ତାଙ୍କ ସମ୍ପର୍କୀୟ ଭାଇ ଅରବିନ୍ଦ ଦାସଙ୍କ ସହ ଜଣେ ପୋଲିସ କନଷ୍ଟେବଳ ସୁଶାନ୍ତ ଦଳେଇ ଗରିଫ ହୋଇଛନ୍ତି(Zilla Parishad member arrested) ।

ଏକତାଳି ଗ୍ରାମରେ ଚଲାଇଥିଲା ଏହି ନକଲି ମଦ କାରବାରର ସାମ୍ରାଜ୍ୟ । ଜିଲ୍ଲା ପରିଷଦ ସଭ୍ୟ ଓ ତାଙ୍କ ଭାଇଙ୍କ ସମେତ ପୋଲିସ କନଷ୍ଟେବଳ ତାଙ୍କ ଘର ବାଡ଼ିରେ ଏହି ନକଲି ମଦ କାରଖାନା ଚଳାଉଥିଲେ । ଶହ ଶହ ନକଲି ମଦ ବୋତଲ ପ୍ରସ୍ତୁତ କରି ବିଭିନ୍ନ ଜାଗାକୁ ଚାଲାଣ କରୁଥିଲେ । ଆଜି ଭୋର ସମୟରେ ଢେଙ୍କାନାଲ ଅବକାରୀ ସ୍କ୍ବାଡ୍‌ ଏହି ନକଲି ମଦ କାରଖାନା ଉପରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉରେ ଭୁବନ ଜିଲ୍ଲା ପରିଷଦ ଜୋନ-୩ର ଜିଲ୍ଲାପରିଷଦ ସଭ୍ୟ ସୁବାଷ ମାଝୀ, ତାଙ୍କ ସମ୍ପର୍କୀୟ ଭାଇ ଅରବିନ୍ଦ ଦାସ ଓ ପୋଲିସ କନଷ୍ଟେବଳ ସୁଶାନ୍ତ ଦଳେଇଙ୍କୁ ଗିରଫ କରିଛି ।

ଏହା ବି ପଢନ୍ତୁ...ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି, ୨ ଯୁବକ ମୃତ

ଗିରଫ କନଷ୍ଟେବଳ ସୁଶାନ୍ତ ଦଳେଇ ଯାଜପୁର ଜିଲ୍ଲା ଜଖପୁରା ଥାନାରେ କାର୍ଯ୍ୟରତ । ଅରବିନ୍ଦ ଦାସଙ୍କ ଘର ଭୁବନ ଥାନା ମୃଦଙ୍ଗା ଗ୍ରାମରେ ବୋଲି ଜଣାପଡିଛି। ତେବେ ଗିରଫ କନେଷ୍ଟବଳ ସୁଶାନ୍ତଙ୍କ ପକେଟରୁ ଦୁଇ ରାଉଣ୍ଡ ଗୁଳି ଅବକାରୀ ସ୍କ୍ବାଡ୍‌ ଜବତ କରିଥିବା ଜଣାପଡ଼ିଛି । ଏହି ଚଢ଼ଉରେ ୫୧ ଲିଟର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ଲେବୁଲ ବ୍ୟବହାର କରି ଏମାନେ ମଦ ପ୍ରସ୍ତୁତ କରୁଥିଲେ। ମଦ ପ୍ରସ୍ତୁତ ପାଇଁ ବୋତଲ, ଠିପି, ଷ୍ଟିକର, ସିଲିଂ ମେସିନ, ରମ୍‌ ଜାମାଇକା ଓ କାରାମାଇନ୍‌ ଆଦି ବିପୁଳ ପରିମାଣରେ ସାମଗ୍ରୀ ଜବତ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଗିରଫ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ଇଟିିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.