ETV Bharat / state

ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର - ହତ୍ୟା ଅଭିଯୋଗ ଆଣିଲେ ପରିବାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଳେଇ ଗ୍ରାମ ନିକଟରୁ ଜଣେ ଯୁବକର ଗଳିତ ମୃତ ଦେହ ଠାବ ହୋଇଛି। ମୃତକ ହେଲେ ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମର ତୋଫାନ ସାହୁ।

young-mans-body-was-found-family-alleged-to-murder
ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର
author img

By

Published : Aug 1, 2020, 7:32 PM IST

ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ଥାନା କୂଲେଇ ଗ୍ରାମ ନିକଟରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଳେଇ ଗ୍ରାମ ନିକଟରୁ ଜଣେ ଯୁବକର ଗଳିତ ମୃତ ଦେହ ଠାବ ହୋଇଛି। ମୃତକ ହେଲେ ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମର ତୋଫାନ ସାହୁ। ତୋଫାନ ଗତ ୩୦ ତାରିଖ ସନ୍ଧ୍ୟା ଠାରୁ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।

ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଶନିବାର ପରିବାର ତରଫରୁ ଥାନାକୁ ନିଖୋଜ ମାମଲା ପାଇ ଏତଲା ଦେବାକୁ ଯିବା ବେଳେ ଏହି ମୃତଦେହ ପଡିଥିବା ସୂଚନା ପାଇଥିଲେ। ପରିବାର ଲୋକ ଯାଇ ମୃତଦେହକୁ ଦେଖିବା ପରେ ତୋଫାନ ବୋଲି ଚିହ୍ନଟ କରିଥିଲେ। ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପରେ ବ୍ୟବଛେଦ ପାଇିଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ। ଏନେଇ ମୃତକର ପରିବାର ପକ୍ଷରୁ ପରଜଙ୍ଗ ଥାନାରେ କେହି ତୋଫାନକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଫଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.