ETV Bharat / state

ପାନୀୟ ଜଳ ସଙ୍କଟ, ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

author img

By

Published : Apr 28, 2021, 12:46 PM IST

ପିଇବା ପାଣି ପାଇଁ ହନ୍ତସନ୍ତ ଢେଙ୍କାନାଳର କାମାକ୍ଷାନଗରବାସୀ । ଯାହା ପାଇଁ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ସ୍ଥାନୀୟ ମହିଳା । ଅଧିକ ପଢନ୍ତୁ...

ପିଇବା ପାଣି ସଙ୍କଟ, ହାଣ୍ଡି ମାଠିଆ ଧରି ରାସ୍ତା ଉପରକୁ ଆସିଲେ ମହିଳା

ଢେଙ୍କାନାଳ: ପାନୀୟ ଜଳ ସଙ୍କଟ ଢେଙ୍କାନାଲ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଟିଳ ହେବାରେ ଲାଗିଲାଣି । ବାରମ୍ବାର ଗୁହାରୀ ସତ୍ତ୍ବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ । ଫଳରେ ପାଣି ପାଇଁ ମହିଳାମାନେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି । ଏପରି ଏକ ଘଟଣାରେ ବୁଧବାର ପୂର୍ବାହ୍ନରେ କାମାକ୍ଷାନଗର ଓ ଢେଙ୍କାନାଳ ମୁଖ୍ୟ ରାସ୍ତା ଦୁଇଘଣ୍ଟା ଧରି ଅବରୋଧ ଯୋଗୁଁ ସାଧାରଣ ଯାତାୟାତ ଠପ ହୋଇଯାଇଥିଲା ।

ପିଇବା ପାଣି ସଙ୍କଟ, ହାଣ୍ଡି ମାଠିଆ ଧରି ରାସ୍ତାରେ ବସିଲେ ମହିଳା

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ମହୁଲପାଳ ହରିଜନ ସାହିରେ ୪୦ଟି ପରିବାର ଲୋକ ବସବାସ କରନ୍ତି l କିନ୍ତୁ ଏହି ସାହିରେ ଦୀର୍ଘବର୍ଷ ହେଲା ପିଇବା ପାଣିର ଘୋର ଅସୁବିଧା ରହିଆସୁଛି l ସାହି ବାସିନ୍ଦା ମାନେ ପିଇବା ପାଣି ପାଇଁ ବାରମ୍ବାର ସରପଞ୍ଚ, ବିଡିଓ ଠାରୁ ଉପଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରୀ କରି କରି କୌଣସି ସୁଫଳ ପାଇନାହାନ୍ତି l

ତେଣୁ ଏହାକୁ ଦୃଷ୍ଟିରେ ରଖି ବୁଧବାର ସକାଳେ ବାଧ୍ୟ ହୋଇ ଏହି ବସ୍ତିର ଶତାଧିକ ମହିଳା ହାଣ୍ଡି, ମାଠିଆ ଓ ଗରା ଧରି ମହୁଲପାଳ ଛକରେ ରାସ୍ତା ଉପରେ ବସିରହିଥିଲେ । ଫଳରେ କାମାକ୍ଷାନଗର ଓ ଢେଙ୍କାନାଲ ମୁଖ୍ୟ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ଓ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ୪ ରୁ ୫ ଦିନ ଭିତରେ ପିଇବା ପାଣି ଯୋଗେଇବା ପାଇଁ ପ୍ରତିଶୃତି ଦେବା କଥା କହିବା ପରେ ପ୍ରାୟ ୨ ଘଣ୍ଟା ବ୍ୟବଧାନରେ ରାସ୍ତାରୋକ ହଟିଥିଲା। ଫଳରେ ଯାତାୟାତ ସ୍ବଭାବିକ୍ ହୋଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.