ଢେଙ୍କାନାଳ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ । ତେବେ ଢେଙ୍କାନାଳ ଜିଲ୍ଲାରେ ମୋଟ ୮ଟି ପଞ୍ଚାୟତ ସମିତିରୁ କେବଳ କାମାକ୍ଷାନଗରକୁ ଛାଡିଦେଲେ ଅନ୍ୟ ସମସ୍ତ ୭ଟି ପଞ୍ଚାୟତ ସମିତିରେ ମହିଳାମାନେ ଅଧ୍ୟକ୍ଷା ଭାବେ ନିର୍ବାଚଟିତ ହୋଇ ବାଜିମାତ କରିଛନ୍ତି । ଏପରିକି ମୋଟ ୮ଟିରୁ ୫ଟି ପଞ୍ଚାୟତ ସମିତିରେ ବିଜେଡି ସମର୍ଥନରେ ମହିଳା ସମିତି ସଭ୍ୟା ଅପ୍ରତିଦ୍ବନ୍ଦୀ ଭାବେ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି ।
ସେଥିମଧ୍ୟରେ ଢେଙ୍କାନାଳ ସଦରରେ ରାଜଶ୍ରୀ ନାୟକ, ଓଡାପଡାରେ ସସ୍ମିତା ମହାନ୍ତି, ହିନ୍ଦୋଳରେ ସସ୍ମିତାରଣୀ ନାଏକ, ଗଁନ୍ଦିଆରେ ରିନାରାଣୀ ଖଟୁଆ ଓ ଭୁବନରେ ସିପ୍ରା ବରାଳ ବିଜେଡି ସମର୍ଥନରେ ଅପ୍ରତିଦ୍ବନ୍ଦୀ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।ଅପରପକ୍ଷରେ କାମାକ୍ଷାନଗର ପଞ୍ଚାୟତ ସମିତିରେ ବିଜେଡି ସମର୍ଥନରେ ପ୍ରେମାନନ୍ଦ ସାହୁ ୧୭/୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
କଙ୍କଡାହାଡ଼ରେ ଚାରୂଲତା ମିଶ୍ର ବିଜେଡି ସମର୍ଥନରେ ୧୨/୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଜିଲ୍ଲାରେ କେବଳ ପରଜଙ୍ଗ ପଞ୍ଚାୟତ ସମିତିରେ ବିଜେପି ସମର୍ଥିତ ଶର୍ମିଷ୍ଠା ଦଳବେହରା ୧୮/୧୧ ଭୋଟ ବ୍ୟବଧାନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ସୂଚନା ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ