ETV Bharat / state

ବିଧବା ମହିଳାଙ୍କୁ ଲୁହାରଡରେ ପିଟିପିଟି ମାରି ଦେବାକୁ ଉଦ୍ୟମ

ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦରେ ନୃଶଂସ କାଣ୍ଡ । ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ।

author img

By

Published : Mar 31, 2021, 7:18 PM IST

ଢେଙ୍କାନାଳ ନିହଲ ପ୍ରସାଦରେ ନୃଶଂସ କାଣ୍ଡ
ଢେଙ୍କାନାଳ ନିହଲ ପ୍ରସାଦରେ ନୃଶଂସ କାଣ୍ଡ

ଢେଙ୍କାନାଳ: ଜିଲ୍ଲା ନିହଲପ୍ରସାଦରେ ଶାଶୁଘର ଲୋକଙ୍କ ନୃଶଂସ କାଣ୍ଡ । ପଡ଼ୋଶୀଙ୍କ ହସ୍ତକ୍ଷେପରେ ଜୀବନ ବଞ୍ଚାଇଲେ ମହିଳା । ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ।

ଢେଙ୍କାନାଳ ନିହଲ ପ୍ରସାଦରେ ନୃଶଂସ କାଣ୍ଡ

ଏ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଜଣେ ବିଧବା ମହିଳାଙ୍କୁ ଦେଢଶୁର, ଯାଆ ଓ ଶାଶୁ ମିଶି ପିଟିପିଟି ମାରିଦେବାକୁ ଉଦ୍ୟମ କରିଛନ୍ତି । ମାତ୍ର ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ହସ୍ତକ୍ଷେପ କରିବାରୁ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ତେବେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଗ୍ରାମବାସୀ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଗୁରୁତର ମହିଳା ଜଣଙ୍କ ନିହଲପ୍ରସାଦ ଗ୍ରାମର ସଂଧ୍ୟାରଣୀ ମିଶ୍ର ବୋଲି ଜଣାପଡିଛି ।

ଘଟଣାର ଖବର ପାଇଁ ନିହଲପ୍ରସାଦ ପୁଲିସ ତଦନ୍ତ ଆରମ୍ଭ କରିଛି । ଗୁରୁତର ମହିଳାଙ୍କ ସ୍ୱାମୀ ଗତ ୧୦ ବର୍ଷ ପୂର୍ବେ ପ୍ରାଣ ହରାଇଥିବା ଜଣାପଡିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୁ ଘର ଛାଡି ବାପ ଘରକୁ ଚାଲିଯିବାକୁ ଧମକ ଦେଇ ନାନା ନିର୍ଯାତନା ଦେଉଥିବା ମହିଳା ପ୍ରକାଶ କରିଛନ୍ତି । ତେବେ ତାଙ୍କୁ ତାଙ୍କ ଦେଢଶୁର, ଯାଆ ଓ ଶାଶୁ-ଶ୍ବଶୁର ମିଶି ଲୁହା ରଡ଼ରେ ପିଟି ପିଟି ମାରି ଦେଉଥିଲେ ବୋଲି ଗୁରୁତର ମହିଳା ଓ ତାଙ୍କ ବାପା ଅଭିଯୋଗ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.