ETV Bharat / state

ଦନ୍ତା ହାତୀ ଆକ୍ରମଣରେ ମହିଳା ଗୁରୁତର, SCBକୁ ସ୍ଥାନାନ୍ତର - dhenkanal news

ଢେଙ୍କାନାଳ ଜିଲ୍ଲା ବେଲଗୁଣ୍ଠା ଗାଁରେ ଜଣେ ମହିଳାଙ୍କୁ ଦଳିଲା ଦନ୍ତା ହାତୀ। ଫଳରେ ମହିଳାଙ୍କର ଦୁଇଗୋଡ ନଷ୍ଟ ହୋଇଯାଇଛି। ଅଧିକ ପଢନ୍ତୁ...

dehenkanal
ଦନ୍ତା ହାତୀ ଆକ୍ରମଣରେ ମହିଳା ଗୁରୁତର
author img

By

Published : Feb 16, 2020, 12:03 PM IST

ଢେଙ୍କାନାଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ। ସଦର ବ୍ଲକ ଦୁୁଦୁକାଟେଣୀ ଅଞ୍ଚଳରେ ଗତ ଦୁଇ ଦିନ ଧରି ହାତୀମାନେ ଉପଦ୍ରବ ଜାରି ରଖିଛନ୍ତି। ଏପରିକି ଆଜି ସକାଳେ ବେଲଗୁଣ୍ଠା ଗାଁର ଜଣେ ମହିଳାଙ୍କୁ ଏକ ଦନ୍ତା ହାତୀ ଆକ୍ରମଣ କରିଛି ।

ଦନ୍ତା ହାତୀ ଆକ୍ରମଣରେ ମହିଳା ଗୁରୁତର

ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମହିଳା ଜଣଙ୍କ ବେଲଗୁଣ୍ଠା ଗାଁର ସୀତା ଭୂୟାଁ ବୋଲି ଜଣାପଡିଛି। ଆଜି(ରବିବାର) ସକାଳେ ସେ ତାଙ୍କ ବାଡି ପଛ ପାଖକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀଟି ତାଙ୍କୁ ପାଦରେ ଦଳି ଦେଇଥିଲା । ଫଳରେ ସୀତାଙ୍କର ଦୁଇଗୋଡ ନଷ୍ଟ ହୋଇଯାଇଛି।

ଲୋକମାନେ ପାଟି କରିବାରୁ ହାତୀଟି ଗାଁ ପାଖ ଜଙ୍ଗଲକୁ ପଳାଇଥିବା ଜଣାପଡିଛି। ଅପରପକ୍ଷରେ ହାତୀପଲ ଗାଁ ପାଖ ଜଙ୍ଗଲରେ ରହି ଗାଁ ଭିତରେ ପଶି ଏପରି ଉପଦ୍ରବ କରୁଥିବାରୁ ଏହି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.