ETV Bharat / state

RAPE: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଦୁଇ ଅଟକ

author img

By ETV Bharat Odisha Team

Published : Oct 23, 2023, 8:05 PM IST

ଢେଙ୍କାନାଳ ଭୁବନ ଅଞ୍ଚଳରେ ଅଭାବନୀୟ ଘଟଣା । ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

rape
rape

ଢେଙ୍କାନାଳ: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ । ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ । ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଏପରି ନିନ୍ଦନୀୟ ଘଟଣା ଭୁବନ ଅଞ୍ଚଳରେ ପ୍ରଥମ ଥର ଘଟିଥିବାରୁ ଦୋଷୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତ ୨୧ ତାରିଖ ସନ୍ଧ୍ୟାରେ ଜଣେ ମହିଳା ସ୍ବାମୀଙ୍କ ସହିତ ଏକ ମୋଟର ସାଇକେଲ ଯୋଗେ ଘରକୁ ଯାଉଥିଲେ । ଯିବା ସମୟରେ ବାରୁଆଁ ଗ୍ରାମ ନିକଟ କାଜୁ ଜଙ୍ଗଲ ନିକଟରେ ୫ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ସେମାନଙ୍କଠାରୁ ଟଙ୍କା ସହିତ ମୋବାଇଲ ଛଡାଇ ନେଇଥିଲେ । ଏହାପରେ ପୀଡ଼ିତାଙ୍କ ସ୍ବାମୀଙ୍କୁ ୨ ଦୁର୍ବୃତ୍ତ ଧରିବା ସହିତ ଅନ୍ୟ ତିନି ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏ ସମ୍ପର୍କରେ ପୀଡିତା ଓ ତାଙ୍କ ସ୍ବାମୀ ଭୁବନ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

ଏହା ବି ପଢନ୍ତୁ- ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ଘଟଣାକୁ କାମାକ୍ଷାନଗର ଏସଡିପିଓ ପ୍ରଭାଶ କୁମାର ତ୍ରିପାଠୀ ନିଜେ ତଦନ୍ତ କରିବା ସହିତ ୨ ଜଣଙ୍କ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ଛାତ୍ରୀ ଜଣକ ଭୁବନରେ ଏକ ଘରୋଇ ମେସ୍‌ରେ ରହି କଲେଜରେ ପାଠ ପଢୁଥିଲେ । ଦଶହରା ଛୁଟିରେ ସ୍ବାମୀଙ୍କ ସହିତ ଘରକୁ ଯାଉଥିଲେ । ସେତେବେଳେ ଏଭଳି ଘଟଣା ଘଟିଛି । ସେପଟେ ସମାଜର ରୀତିନୀତିରେ ଦୁହିଁଙ୍କର ବିବାହ ହୋଇନଥିବା ବେଳେ ଦୁହେଁ କୋର୍ଟରେ ବିବାହ କରିଥିବା ଜଣାପଡିଛି । ଦୁହେଁ ଯାଜପୁର ଜିଲ୍ଲା କାଳିଆପାଣୀ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ପୋଲିସ ଏବଂ ପୀଡିତାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି ପୋଲିସ । ତେବେ ଏପରି ଘଟଣା ଭୁବନ ଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ ଦୋଷୀମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ଘଟଣାରେ ୫ ଜଣ ସମ୍ପୃକ୍ତ ଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏହା ଏକ ସ୍ପର୍ଶକତାର ଘଟଣା ହୋଇଥିବାରୁ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.