ଢେଙ୍କାନାଳ: ବନ୍ୟଜନ୍ତୁ ଶିକାର ରାକେଟର ମ।ଷ୍ଟର ମାଇଣ୍ଡ ଜଣେ ଶିକ୍ଷକ । କଥାଟି ଶୁଣୁବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଢେଙ୍କାନାଳ କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର ରାକେଟ ଠାବ କରାଯାଇଛି । ମାଷ୍ଟର ମାଇଣ୍ଡ ସ୍କୁଲ ଶିକ୍ଷକ ସହ 2 ଜଣଙ୍କୁ ଗିରଫ କରାଯାଇଛି । ଏହାସହ ବାଘ, ହରିଣ ଛାଲ, ହାତୀଦାନ୍ତ ସହ ମାରଣାସ୍ତ୍ର ଜବତ କରାଯାଇଛି ।
ଗତ କିଛି ଦିନ ହେଲା ବନ ବିଭାଗ ପକ୍ଷରୁ କପିଳାସ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ତେବେ କପିଳାସ ଅଭୟାରଣ୍ୟରୁ ଦୀର୍ଘଦିନ ହେଲା ବନ୍ୟଜନ୍ତୁ ଶିକାର କରି ବାହାରକୁ ଚାଲାଣ କରୁଥିବା ରାକେଟର କିଙ୍ଗପିନକୁ ଧରିବାରେ ସକ୍ଷମ ହୋଇଛି ବନବିଭାଗ । ଜାମୁନାଳିଆରୁ ଜଣେ ଶିକ୍ଷକଙ୍କୁ ଗିରଫ କରାଯିବା ସହ ଅନ୍ୟ 2 ଶିକାରୀଙ୍କୁ ବାନ୍ଧିଛି ବନ ବିଭାଗ । ସେମାନଙ୍କ ଠାରୁ ବିଭିନ୍ନ ପଶୁଙ୍କ ଚମଡା, ନଖ ଓ ଦାନ୍ତ ଜବତ କରାଯାଇଛି । ଗିରଫ ହୋଇଥିବା ଶିକ୍ଷକଙ୍କ ନାଁ ହେଉଛି ନଗେନ୍ଦ୍ର ଦିଗି । ନଗେନ୍ଦ୍ର ଦିଗି ଟାଙ୍ଗି ଶାଳଗାଁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଶିକାରୀ ମାନେ ଶିକାର କରି ତାଙ୍କ ମାଧ୍ୟମରେ ବାହାରକୁ ଚାଲାଣ କରନ୍ତି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ