ଢେଙ୍କାନାଳ: ଜିଲ୍ଲାର କପିଳାସ ଅଭୟାରଣ୍ୟରୁ ବାରହା ଶିକାର କରି ଚାଲିଥିଲା ଚୋରା ମାଂସ ବିକ୍ରି । ଏହି ବେଆଇନ କାର୍ଯ୍ୟ କରୁଥିବା ୨ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ସେମାନଙ୍କଠାରୁ ବାଇକ ସହିତ ୧୫ କେଜି ମାଂସ ଜବତ ହୋଇଥିବା ଜଣାପଡ଼ିଛି ।
ଅଭୟାରଣ୍ୟରୁ ବାରହା ଶିକାର କରି ମାଂସ ବିକ୍ରି କରୁଥିବାବେଳେ ବନ କର୍ମଚାରୀମାନେ ଶିକାରୀଙ୍କୁ କାବୁ କରିଛନ୍ତି । କପିଳାସ ରେଞ୍ଜର ବନ କର୍ମଚାରୀମାନେ ୧୫ କେଜି ବାରହା ଜବତ କରିବା ସହ ମାଂସ କଟା ଚାପଡ଼, ଗୋଟିଏ ବାଇକ ଓ ଶିକାର ସରଞ୍ଜାମ ଆଦି ଜବତ କରିଛି ବନବିଭାଗ । ଏ ସମ୍ପର୍କରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ଚନ୍ଦ୍ରଶେଖରପୁର ଗ୍ରାମର ଅଥୟ ସାମଲ ଓ ପ୍ରସନ୍ନ ସାମଲ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ