ETV Bharat / state

ଆଉ ଜଣେ ତପସ୍ବିନୀ: ପତ୍ନୀତ୍ୱ ଦାବି କରି ସ୍ୱାମୀ ଘର ଆଗରେ ଧାରଣା, ସ୍ବାମୀ ଅଟକ - ଢେଙ୍କାନାଳ ଖବର

ବିବାହର ୨୭ବର୍ଷ ପରେ ନିଜର ଭେଣ୍ଡିଆ ପୁଅକୁ ସାଥିରେ ଧରି ସ୍ବାମୀଙ୍କ ଘର ସମ୍ମୁଖରେ (wife protests in front of in laws house) ନିଜର ପତ୍ନୀତ୍ବ ଦାବିରେ ବସି ରହିଛନ୍ତି ମହିଳା । ଏପରି ଘଟଣା ଘଟିଛି ଢେଙ୍କାନାଳ ସହର ଲକ୍ଷ୍ମୀବଜାରସ୍ଥିତ ମଲ୍ଲ ସାହିରେ । ଅଧିକ ପଢନ୍ତୁ

ପତ୍ନୀତ୍ୱ ଦାବିରେ ସ୍ୱାମୀଙ୍କ ଘର ଆଗରେ ପୁଅ ସହ ଧାରଣା

author img

By

Published : Dec 20, 2021, 2:01 PM IST

ଢେଙ୍କାନାଳ: ବ୍ରହ୍ମପୁରର ତପସ୍ବିନୀଙ୍କ ପରି ଆଉ ଜଣେ ମହିଳା ମାଗୁଛନ୍ତି ନ୍ୟାୟ । ସମାନ ସମସ୍ୟା ପତ୍ନୀ ଅଧିକାର ପାଇଁ ଲଢେଇ । ବିବାହର ୨୭ବର୍ଷ ପରେ ନିଜର ଭେଣ୍ଡିଆ ପୁଅକୁ ସାଥିରେ ଧରି ସ୍ବାମୀଙ୍କ ଘର ସମ୍ମୁଖରେ (wife protests in front of in laws house) ନିଜର ପତ୍ନୀତ୍ବ ଦାବିରେ ବସି ରହିଛନ୍ତି ମହିଳା । ଏପରି ଘଟଣା ଘଟିଛି ଢେଙ୍କାନାଳ ସହର ଲକ୍ଷ୍ମୀବଜାରସ୍ଥିତ ମଲ୍ଲ ସାହିରେ । ସ୍ବାମୀକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି ।

ପତ୍ନୀତ୍ୱ ଦାବିରେ ସ୍ୱାମୀଙ୍କ ଘର ଆଗରେ ପୁଅ ସହ ଧାରଣା

ସୂଚନାଅନୁସାରେ ଧାରଣାରେ ବସିଥିବା ମହିଳା ଜଣକ ହେଲେ ବଲାଙ୍ଗୀର ହାତିଶାଲପଡାର ମାଧବୀ ସୁନା । ୧୯୯୫ରେ ଢେଙ୍କାନାଳର ମହେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ । ମହେନ୍ଦ୍ର ଗୋଲଡେନ ଫରେଷ୍ଟ ନାମକ ସଂସ୍ଥାରେ ଥିଲେ । ଏହି ସମୟରେ ସେମାନେ ବିବାହ କରିଥିବା କହିଛନ୍ତି ମାଧବୀ । ପରେ ମାଧବୀ ସ୍ବାମୀଙ୍କ ସହ ଢେଙ୍କାନାଳ ଆସି ଶାଶୁଘର ତିନିବର୍ଷ ମଧ୍ୟ ରହିଥିଲେ । ତାଙ୍କୁ ଶାଶୁ ଘରେ ନାନା ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏପରିକି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ କିଛିଦିନ ବିତିଥିଲେ ମଧ୍ୟ ପରେ ନିର୍ଯାତନା ଅସହ୍ୟ ହେବାରୁ ନିଜ ମାଙ୍କ ସହ ଶିଶୁ ପୁଅକୁ ନେଇ ବାପା ଘରକୁ ଚାଲିଯାଇଥିଲେ ମାଧବୀ । କିନ୍ତୁ ସ୍ବାମୀଙ୍କ ସହ ଯୋଗାଯୋଗରେ ଥିଲେ ।

ପରେ ନିଜ ଘରକୁ ନେଇ ଆସିବେ ବୋଲି ବଲାଙ୍ଗୀର ଯାଇ ମାଧବୀଙ୍କୁ ମଧ୍ୟ ପ୍ରତିଶୃତି ଦେଇଥିଲେ ମହେନ୍ଦ୍ର । କିନ୍ତୁ ଇତି ମଧ୍ୟରେ ୨୫ବର୍ଷ ବିତିଯାଇଥିଲେ ମଧ୍ୟ ବାପା ଚାହୁଁ ନାହାନ୍ତି ବୋଲି ଆଳ କରି ଦିନ ଗଡାଇ ଚାଲିଥିଲେ ମହେନ୍ଦ୍ର। ତେବେ ମହେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ହୋଇସାରିଥିବା ଜାଣିବାପରେ ମାଧବୀ ତାଙ୍କ ଏହି ୨୫ବର୍ଷର ପୁଅକୁ ସାଥିରେ ଧରି ନିଜ ଶାଶୁ ଘରକୁ ଆସିଥିଲେ ମାତ୍ର ସ୍ବାମୀ ମହେନ୍ଦ୍ର ଓ ଶାଶୁଘର ଲୋକେ ତାଙ୍କୁ ଘରେ ପୁରାଇ ଦେଲେନାହିଁ । ଫଳରେ ମାଧବୀ ସ୍ଥାନୀୟ କିଛି ମହିଳା ଓ ସ୍ବେଚ୍ଛାସେବୀଙ୍କ ସହାୟତାରେ ନିଜ ସ୍ବାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ନ୍ୟାୟ ପାଇଁ ଦାବି କରିଛନ୍ତି । ସ୍ବାମୀ ଓ ଶାଶୁଘର ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି । ଘଟଣାରେ ଟାଉନ ପୋଲିସ ହସ୍ତକ୍ଷେପରେ କରି ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.