ETV Bharat / state

Hindol NAC election: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଭୋଟିଂ - ହିନ୍ଦୋଳ ଏନଏସି ନିର୍ବାଚନ

ହିନ୍ଦୋଳ ଏନଏସି ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଧିକ ପଢନ୍ତୁ

Hindol NAC election
Hindol NAC election
author img

By

Published : Apr 3, 2023, 12:53 PM IST

Hindol NAC election

ଢେଙ୍କାନାଳ: ଆରମ୍ଭ ହୋଇଯାଇଛି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୧୬ଟି ବୁଥରେ ୩ ଜଣ ଅଧ୍ୟକ୍ଷ ଓ ୫୦ଜଣ କାଉନସିଲରଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯ ହଜାର ୮୬୩ ଭୋଟର । କଡାକଡ଼ି ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ ।

ରାଜ୍ୟର ନୂଆପଡା, ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନର ଆଜି ଭୋଟ ଗ୍ରହଣ ଚାଲିଛି । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ଭୋଟ ଗ୍ରହଣ । ଫଳରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିରେ ଭୋଟରମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ଭୋଟରମାନେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ଚୟନ କରୁଛନ୍ତି ।

ତେବେ ମତଦାନ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡ ଓ ସିଧାସଳଖ ଅଧ୍ୟକ୍ଷ ପଦବୀ ପାଇଁ ଏହି ଭୋଟ ଗ୍ରହଣ ଚାଲିଛି । ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡ ରହିଥିବା ବେଳେ ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଁଏ ବୁଥ ଏପରି ମୋଟ ୧୬ଟି ବୁଥରେ ଭୋଟର ମତଦାନ କରୁଛନ୍ତି । ଅପରପକ୍ଷରେ ୬ଟି ବୁଥ ସମ୍ବେଦନଶୀଳ ଥିବାବେଳେ ୨ଟି ବୁଥ ଅତିସମ୍ବେଦନଶୀଳ ରହିଛି । ଫଳରେ ଏହି ବୁଥ ଗୁଡି଼କରେ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସୂଚନା ଥାଉକି, ଗତ ୨୦୧୩ ମସିହାରେ ରାଜ୍ୟର ନୂଆପଡା, ଅତାବିରା ସହିତ ଏହି ଗଠିତ ହୋଇଥିବା ହିନ୍ଦୋଳ ଏନଏସିର ଏହା ତୃତୀୟ ନିର୍ବାଚନ । ୧୬ଟି ୱାର୍ଡକୁ ନେଇ ଗଠିତ ଏହି ହିନ୍ଦୋଳ ଏନଏସିର ମୋଟ ଭୋଟର ସଂଖ୍ୟା ୯ହଜାର ୮୬୩ । ସେମାନଙ୍କ ମଧ୍ୟରେ ପୁରୁଷ ଭୋଟର ୫ହଜାର ୪୬ ଓ ମହିଳା ଭୋଟର ୪ହଜାର୮୧୭ ରହିଛନ୍ତି ।

ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବାବେଳେ ମୋଟ ୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଅପରପକ୍ଷରେ ୧୬ଟି ୱାର୍ଡ ପାଇଁ ମୋଟ ୫୦ଜଣ କାଉନସିଲର ପ୍ରାର୍ଥୀ ନିର୍ବାଚନରେ ଲଢ଼ୁଥିବାବେଳେ ମୋଟ ୫୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ତେବେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଭୋଟରମାନେ ସେମାନଙ୍କ ମନପସନ୍ଦ ପ୍ରାର୍ଥୀଙ୍କ ପାଇଁ ଅଧ୍ୟକ୍ଷ ଓ କାଉନସିଲର ଅଲଗା ଅଲଗା ଏଭିଏମ ସୁଇଚ ଚିପି ମତ ସାବ୍ୟସ୍ତ କରୁଛନ୍ତି। ତେବେ ଏହି ଭୋଟ ଗ୍ରହଣ କିପରି ଅବାଧ ଓ ନିରପେକ୍ଷ ହେବା ସହ ସମାପନ ହେଭି ସେଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ପୋଲିସ ବ୍ୟବସ୍ଥା କରାଯାଇଛି ନେଇ କହିଛନ୍ତି ଢେଙ୍କାନାଳ ଏସପି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.