ETV Bharat / state

ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଓ - ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ ଘଟଣା । ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଓ

author img

By

Published : Mar 21, 2022, 7:47 PM IST

ଢେଙ୍କାନାଳ: ଜିଲ୍ଲାର ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ ଘଟଣାରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମୋଟଙ୍ଗା ଗ୍ରାମକୁ ଘେରାଉ କରିଛନ୍ତି । ଥାନା ଅଧିକାରୀ ଅନେକ ବୁଝାସୁଝା କରିବା ସାଙ୍ଗକୁ ଗିରଫ କରିବାର ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଧାରଣାରୁ ହଟିଥିବା ଜଣାପଡ଼ିଛି ।

ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଓ

ଗତ ୧୯ ତାରିଖ ରାତିରେ ପୂର୍ବ ଶତ୍ରୁତାରୁ ମୋଟଙ୍ଗା ଗାଁ ଦାଣ୍ଡରେ ବିକାଶ ନାୟକଙ୍କୁ ଅପର ଗୋଷ୍ଠୀର କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ପରେ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଯୋଗୁଁ ଗ୍ରାମରେ ହେବାକୁ ଥିବା ଦୋଳଯାତ୍ରା ବନ୍ଦ କରିଦେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ସେପଟେ ହତ୍ୟାକାଣ୍ଡର ପରଦିନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋଟଙ୍ଗା ଗ୍ରାମର ପ୍ରକାଶ ପ୍ରଧାନକୁ ପରଜଙ୍ଗ ଅଞ୍ଚଳରୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ତେବେ ହତ୍ୟାକାଣ୍ଡରେ ୧୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ମୋଟଙ୍ଗା ଗ୍ରାମର ବିଜୟ ପ୍ରଧାନ, ସୁବାଷ ପ୍ରଧାନ, ସୁବ୍ରତ ପ୍ରଧାନ ଓ ରାଜେଶ ସାହୁ ଏପରି ୪ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ମାତ୍ର ହତ୍ୟାକାଣ୍ଡରେ ଅଟକ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି ଗ୍ରାମବାସୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.