ETV Bharat / state

କୂଳ ଖାଉଛି ସାପୁଆ ନଈ, ଆତଙ୍କିତ ଅଞ୍ଚଳବାସୀ - sapua river flood situation in dhenkanal

ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳସ୍ତର ବଢି ସାପୁଆ ନଈରେ ବନ୍ୟା ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ସାପୁଆ ନଈରେ ବନ୍ୟା ଆସିଛି । ମୃଦଙ୍ଗାପଲ୍ଲୀ ସ୍କୁଲ ଘରେ ବନ୍ୟାଜଳ ପଶି ଭୁଶୁଡି ଯାଇ ଭାସି ଯାଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଅଧିକ ପଢନ୍ତୁ...

କୂଳ ଖାଉଛି ସାପୁଆ ନଈର ବନ୍ୟାଜଳ ,ଆତଙ୍କିତ ଅଞ୍ଚଳବାସୀ

author img

By

Published : Aug 22, 2020, 6:43 PM IST

ଢେଙ୍କାନାଳ: କୂଳ ଖାଉଛି ସାପୁଆ ନଈ,ଆତଙ୍କିତ ଅଞ୍ଚଳବାସୀ । ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ସାପୁଆ ନଈରେ ବନ୍ୟା ଆସିଛି । ଫଳରେ ମୃଦଙ୍ଗାପଲ୍ଲୀ ସ୍କୁଲ ଘରେ ବନ୍ୟାଜଳ ପଶି ଭୁଶୁଡି ଯାଇ ଭାସି ଯାଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଏହି ନଈ କୂଳ ଖାଇ ଚାଲିଥିବାରୁ ତିନି ଚାରୋଟି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳସ୍ତର ବଢି ସାପୁଆ ନଈରେ ବନ୍ୟା ସୃଷ୍ଟି ହୋଇଛି । ଏହି ନଈ କୂଳରେ ରହିଥିବା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ମୃଦଙ୍ଗାପଲ୍ଲୀ ଗାଁରେ ପାଣି ପଶି ଯାଇଥିଲା । ଏହି ବନ୍ୟା ଯୋଗୁଁ ସ୍କୁଲ ଘର ଭୁଶୁଡି ଭାସି ଯାଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଏବେ ବର୍ଷା ଛାଡି ଯାଇଛି ସତ ମାତ୍ର ଏହି ସାପୁଆ ନଈ କୂଳ ଖାଇ ଚାଲିଛି । ଏପରିକି ଏହି ସାପୁଆ ନାଳ ପାର୍ଶ୍ଵରେ ଥିବା ମୃଦଙ୍ଗାପଲ୍ଲୀ ସ୍କୁଲ ଭୁଶୁଡି ପଡି ନାଳରେ ଭାସି ଯାଇଥିବା ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ନଷ୍ଟ ହୋଇଛି । ଅପରପକ୍ଷରେ ନାଳ କୂଳ ଖାଉଥିବାରୁ ଅତଡ଼ା ପରେ ଅତଡ଼ା ଛାଡ଼ୁଛି । ଫଳରେ ଏହି ନାଳ କୂଳରେ ରହିଥିବା ତିନି ଚାରୋଟି ଗ୍ରାମବାସୀ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ସାପୁଆ ନଈରେ ଏହି ଗ୍ରାମ ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ଚେକ ଡ୍ୟାମର ଗାର୍ଡ ୱାଲ ନିମ୍ନମାନର କାମ ଯୋଗୁଁ ଭାଙ୍ଗି ଯାଇଛି ।

କୂଳ ଖାଉଛି ସାପୁଆ ନଈର ବନ୍ୟାଜଳ ,ଆତଙ୍କିତ ଅଞ୍ଚଳବାସୀ

ଫଳରେ ନଈର ବନ୍ୟାଜଳ ପାଖ ଗ୍ରାମ ଭିତରେ ପଶି ଯାଇଥିଲା । ସ୍କୁଲର ଘର, ବିଦ୍ୟୁତ ଟ୍ରାନ୍ସଫୋର୍ମର ଆଦି ଭୁଶୁଡି ନଈ ପାଣିରେ ଭାସିଯାଇଛି । ଅପରପକ୍ଷରେ ଏହି ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ବନ୍ୟା ପାଣି ପଶି ପଚି ଯାଇ ନଷ୍ଟ ହୋଇଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ପୁଣି ଏକ ଲଘୁଚାପ ଆସୁଥିବାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପଟେ ଏହି ନଈର କୂଳ ଖାଇ ଚାଲିଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ଯାହା ଫଳରେ ନଈ କୂଳରେ ଥିବା ତିନି ଚାରୋଟି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.